ରବି ଦାହିୟା ଙ୍କୁ’ଖେଳରତ୍ନ ପୁରସ୍କାର’ ସୁପାରିଶ ନେଇ କୁସ୍ତି ମହା ସଂଘର ଅସନ୍ତୋଷ

23

ଟୋକିଓ ଅଲିମ୍ପିକ୍ସ କୁସ୍ତି ରେ ରୌପ୍ୟ ପଦକ ବିଜେତା ରବି ଦାହିୟା ଙ୍କୁ ଜାତୀୟ କ୍ରୀଡା ର ସର୍ବୋଚ୍ଚ ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବା ଲାଗି ସୁପାରିଶ କରାଯାଇଛି Iରବି ଦାହିୟା ଙ୍କ ନାଁ ଖେଳରତ୍ନ ପାଇଁ ସୁପାରିଶ କରାଯିବାରୁ ନାପସନ୍ଦ କରିଛି ଭାରତୀୟ କୁସ୍ତି ମହାସଂଘ I ରବି ଆର୍ଜୁନ ପୁରସ୍କାର ପାଇବାଲାଗି ଆଶା ରଖିଥିଲେ,କିନ୍ତୁ ଖେଳରତ୍ନ ହେଉଛି ସର୍ବୋଚ୍ଚ କ୍ରୀଡା ପୁରସ୍କାର ,ଯଦି ରବି ଏହି ପୁରସ୍କାର ପାଇବେ , ତେବେ ଅର୍ଜୁନ ପୁରସ୍କାର ପାଇବା ପାଇଁ ବାଟ ବନ୍ଦ ହୋଇଯିବ I ଏକ ସର୍ବୋଚ୍ଚ ପୁରସ୍କାର ପାଇବା ପରେ ଆର୍ଜୁନ ପୁରସ୍କାର ପାଇବା ଅସମ୍ଭବ I ତେଣୁ ଜାତୀୟ କ୍ରୀଡା ପୁରସ୍କାର ମନୋନୟନ କମିଟି ରବି ଙ୍କ ନାଁ ସୁପାରିଶ କରିବାର ଥିଲା ବୋଲି କୁସ୍ତି ମହା ସଙ୍ଘ ପକ୍ଷରୁ କୁହ ଯାଇଛି I ଏ ନେଇ ତୀୟ କ୍ରୀଡା ପୁରସ୍କାର ମନୋନୟନ କମିଟି କୁ ପୁନଃ ବିଚାର ପାଇଁ ଅନୁରୋଧ କରାଯିବ ବୋଲି କୁସ୍ତି ମହାସଂଘ କହିଛି I

ସୂଚନା ଅନୁସାରେ ଜାତୀୟ କ୍ରୀଡା ପୁରସ୍କାର ମନୋନୟନ କମିଟି ପକ୍ଷରୁ ଓଡିଶା ର ପାରା ଅଲିମ୍ପିଆନ ବ୍ୟାଡ୍ମିଣ୍ଟନ ରେ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ, ରବି ଦାହିୟା, ଜାଭେଲିନ ରେ ସ୍ବର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରା,ମହିଳା ବର୍ଗର କାଂସ୍ୟ ପଦକ ବିଜେତା ମୁଷ୍ଟିଯୋଦ୍ଧା ଲଭଲୀନା ବର୍ଗେହାନ ଙ୍କ ସମେତ ୧୧ ଜଣଙ୍କ ନାଁ ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି I

Leave A Reply

Your email address will not be published.