ମମିତା ଙ୍କ ପରିବାର କୁ ଭେଟିଲା ବିଜେପି ର କେନ୍ଦ୍ରୀୟ ମହିଳା ଟିମ

0 103

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସାରା ରାଜ୍ୟରେ ଅସନ୍ତୋଷ ର ନିଆଁ ଜଳୁଛି I ଏହି ଘଟଣା ରାଜ୍ୟରୁ ନେଇ ଦିଲ୍ଲୀ ପହଂଚିଥିବାବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଙ୍କ ନିର୍ଦ୍ଦେଶକ୍ରମେ ବିଜେପି ର ଏକ ତିନି ଜଣିଆ ଟିମ ଘଟଣାର ଅନୁସନ୍ଧାନ ପାଇଁ ନୂଆଦିଲ୍ଲୀ ରୁ ଆସି ଗତକାଲି ଝରଣୀ ଗ୍ରାମ କୁ ଯାଇ ମମିତା ମେହେରଙ୍କ ପରିବାରକୁ ଭେଟିଥିଲେ। I
ଏହି ପ୍ରତିନିଧି ଦଳରେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭି. ଶ୍ରୀନିବାସନ, ସାଂସଦ ସୁନିତା ଦୁଗଲ ଓ ବିଧାୟିକା ରୁପା ମିତ୍ର ଚୌଧୁରୀ ସାମିଲ ଅଛନ୍ତି I ମମିତା ମେହେର ଙ୍କ ପରିବାରକୁ ଭେଟିବା ପରେ ମହାଲିଙ୍ଗ ଯାଇ ଘଟଣା ସ୍ଥଳ ବୁଲି ଦେଖିଥିଲେ I
ଏ ସମ୍ପର୍କରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀଙ୍କ ଅନୁଯାୟୀ, ଏନସିଆରପି ରିପୋର୍ଟ ମୁତାବକ, ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଗତ୨, ୩ ବର୍ଷରେ ଏହା ୨୬ ପ୍ରତିଶତ ବଢ଼ିଛି। ଓଡ଼ିଶା ସରକାର ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉ ନ ଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି।
ଏନେଇ ବିଜେପି ଟିମ୍‌ ସଦସ୍ୟା କହିଛନ୍ତି, ମମିତା ହତ୍ୟା ମାମଲାରେ ଅପରାଧୀଙ୍କର ଗୃହ ମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିବା ଜଣାପଡ଼ୁଛି। ଉକ୍ତ ସ୍କୁଲକୁ ମନ୍ତ୍ରୀ ବାରମ୍ବାର ଯିବା, ସରକାରୀ ଅନୁଦାନ ଦେବା, ଅଭିଯୁକ୍ତ ଥାନା ବାରାକ ରୁ ଚମ୍ପଟ ମାରିବା, ଫୋରେନସିକ୍‌ ରିପୋର୍ଟ ଆସି ନ ଥିବା ବେଳେ ଉଦ୍ଧାର ଜିନିଷ ପରିବାର ଲୋକଙ୍କୁ ଦେଇଦେବା ଆଦି ଘଟଣା ସମ୍ପୂର୍ଣ୍ଣ ମାମଲାକୁ ରହସ୍ୟାବୃତ୍ତ କରୁଛି । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ ବୋଲି କେନ୍ଦ୍ରୀୟ ଟିମ ଦାବି କରିଛନ୍ତି I
ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ସବୁବେଳେ କ୍ରିୟା ହେଲେ ପ୍ରତିକ୍ରିୟା ହେବ । ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧକୁ ନେଇ ଏବେ ପୁରା ରାଜ୍ୟ ଜଳୁଛି। ବିଜେଡି କରିବ କଣ । ଆମେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଚାହୁଁଛୁ। ପରିବାରର ମୁଖିଆ ହିସାବରେ ସେ ନିଜ ବିବୃତି ଦେବା ଉଚିତ ।ସିବିଆଇ ତଦନ୍ତ ହେଲେ ଏହା ପଛରେ ଥିବା ଷଡଯନ୍ତ୍ର ପଦାକୁ ଆସିପାରିବ ।
ଏ ସଂକ୍ରାନ୍ତରେ ସମସ୍ତ ତଥ୍ୟ ସଂଗ୍ରହ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରାଯିବ ବୋଲି ବିଧାୟିକା ରୁପାମିତ୍ର ଚୌଧୁରୀ ସୂଚନା ଦେଇଛନ୍ତି I

Leave A Reply

Your email address will not be published.