ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ପୁଣି ବନ୍ୟା ଭୟ। ବୁଢ଼ାବଳଙ୍ଗର ଶାଖା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ମଥାନୀଠାରେ ବିପଦ ସଙ୍କେତ ଟପିଛି। ମଥାନୀଠାରେ ନଦୀର ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ଆଜି ସକାଳ ୮ଟା ସୁଦ୍ଧା ଜଳସ୍ତର ୬.୫୬ ମିଟରରେ ପହଞ୍ଚିଛି। ଗତ ବନ୍ୟା ପାଣି ସମ୍ପୂର୍ଣ୍ଣ ନିଷ୍କାସିତ ହୋଇନଥିବା ବେଳେ ଜଳସ୍ତର ପୁଣି ବଢ଼ୁଥିବାରୁ ନଦୀ ତଳିଆ ଓ କୂଳିଆ ଗାଁଗୁଡ଼ିକରେ ଆଶଙ୍କା ପ୍ରକାଶ ପାଇଛି। ବସ୍ତା ଅଞ୍ଚଳରେ ବିଶେଷ ବର୍ଷା ହୋଇନଥିଲେ ହେଁ ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଲୋକଙ୍କୁ ନଦୀ ନିକଟକୁ ନଯିବା ପାଇଁ ସତର୍କ କରାଯାଇଛି।
Comments are closed, but trackbacks and pingbacks are open.