ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ବରିଷ୍ଠ ସେନା କମାଣ୍ଡର ସମ୍ମିଳନୀ

165

ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ବରିଷ୍ଠ ସେନାର କମାଣ୍ଡରମାନଙ୍କର ସମ୍ମିଳନୀ । ପ୍ରତି ବର୍ଷ ଦୁଇ ଥର ଅପ୍ରେଲ ଏବଂ ଅକ୍ଟୋବର ମାସରେ ଏହି ସେନା କମାଣ୍ଡରମାନଙ୍କର ଏହି ସମ୍ମିଳନୀ ହୋଇଥାଏ। ଏହି ସମ୍ମିଳନୀରେ ଭାରତୀୟ ସେନା ସମ୍ପର୍କରେ ବ୍ୟାପକ ସ୍ତରରେ ବିଚାର ବିମର୍ଷ କରାଯିବା ସହ ବିଭିନ୍ନ ନୀତିକୁ ଚୂଡ଼ାନ୍ତ କରାଯାଇଥାଏ । ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଦେଶର ସୀମାନ୍ତ ଅଞ୍ଚଳ ସ୍ଥିତି, ସେହି ଅଞ୍ଚଳ ପ୍ରତି ଥିବା ବିପଦର ଆକଳନ କରିବା ସହ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ତଥା କ୍ଷମତା ସମ୍ପର୍କରେ ଆଲୋଚନା କରିବେ। ସେହିପରି ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମୌଳିକଢାଞ୍ଚାର ବିକାଶ, ସ୍ୱଦେଶୀ ମାଧ୍ୟମରେ ସେନାର ଆଧୁନିକୀକରଣ ତଥା ବୈଷୟିକ ଜ୍ଞାନର ବ୍ୟବହାର ଏବଂ ୟୁକ୍ରେନ୍‍-ରୁଷ ଯୁଦ୍ଧର ପ୍ରଭାବ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ବରିଷ୍ଠ ସେନାକମାଣ୍ଡରମାନଙ୍କୁ ସାକ୍ଷାତ କରିବା ସହ ସେମାନଙ୍କୁ ସମ୍ବୋଧିତ କରିବାର ସମ୍ଭାବନା ରହିଛି।

Comments are closed, but trackbacks and pingbacks are open.