ବଢ଼ିଲା ବହୁଭାଷୀ ଶିକ୍ଷକଙ୍କ ଦରମା

61

ଭୁବନେଶ୍ବର: ଜନଜାତି ବହୁଳ ଜିଲ୍ଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ  ଦରମା ବୃଦ୍ଧି ।   ଦଶ ହଜାର ଟଙ୍କା ବଢ଼ାଇଲେ ସରକାର । ୫୩୭୯ ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । ଏହା ସହ ଯୋଗ୍ୟତା ଭିତ୍ତିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗରେ  ବହୁଭାଷୀ  ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ଜନଜାତି ବହୁଳ ଜିଲ୍ଲା ମାନଙ୍କରେ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଛି।  ଫାଇଭ-ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Comments are closed, but trackbacks and pingbacks are open.