ଭିଜିଲାନ୍ସ ଜାଲରେ ଥାନା ବାବୁ ଏଏସଆଇ

1,538

ନବରଙ୍ଗପୁର: ଥାନା ଏଏସଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ନବରଙ୍ଗପୁର ଡାବୁଗାଁ ଥାନା ଏଏସଆଇ ଶ୍ରୀ ସୀମାଞ୍ଚଳ ମହାରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ହାତରେ ଧରାପଡିଥିଲେ ଏଏସଆଇ ସୀମାଞ୍ଚଳ ।

ସୂଚନା ଅନୁସାରେ, ପୂର୍ବରୁ ଥାନାରେ ରୁଜୁ ହୋଇଥିବା ଅଭିଯୋଗକାରୀଙ୍କ ସମେତ ତାଙ୍କ ପରିବାର ବିରୋଧରେ ଏକ ମାମଲାକୁ ରପାଦଫା କରିବାକୁ ଏଏସଆଇ ଉକ୍ତ ଅଭିଯୋଗକାରୀଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସ ଅଫିସର ଦ୍ଵାରସ୍ତ ହୋଇଥିଲେ ଅଭିଯୋଗକାରୀ । ଯୋଜନା ଅନୁଯାୟୀ ଆଜି ଏଏସଆଇଙ୍କୁ ଲାଞ୍ଚ ଟଙ୍କା ଦେବାବେଳେ ସେଠାରେ ଭିଜିଲାନ୍ସ ଟିମ୍ ଛକି ବସିଥିବା କଥା ଜାଣି ପାରିଥିଲେ ସୀମାଞ୍ଚଳ । ତେଣୁ ଲାଞ୍ଚଟଙ୍କାକୁ ସେ ଥାନା ମାଲଖାନାକୁ ଫୋପାଡିଦେଇଥିଲେ । କିନ୍ତୁ ସେଠାରୁ ଭିଜିଲାନ୍ସ ସମସ୍ତ ଲାଞ୍ଚଟଙ୍କା ଜବତ କରିଥିଲା । କୌଣସି ବାଟ ନ ପାଇ ଶେଷରେ ଲାଞ୍ଚ ଟଙ୍କା ନେଇଥିବା କଥା ସ୍ଵୀକାର କରିଥିଲେ ଏସଆଇ ସୀମାଞ୍ଚଳ । ଲାଞ୍ଚ ନେବା ଅଭିଯୋଗରେ ଶ୍ରୀ ମହାରଣାଙ୍କ ୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ସକାଳୁ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କଟକ ଭଦ୍ରେଶ୍ବର ଥାନା ଏଏସଆଇ ଆଲୋକ ଷଡ଼ଙ୍ଗୀ । ଏକ ମାମଲାର ଦଫା କୋହଳ ପାଇଁ ଏଏସଆଇ ଆଲୋକ ଲାଞ୍ଚ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

Comments are closed, but trackbacks and pingbacks are open.