ଚଳିତ ମାସ ଶେଷରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

75

ସରିଛି ମାଟ୍ରିକ ଖାତାଦେଖା । ଚଳିତ ଜୁନ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଏ ନେଇ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସୂଚନାନୁସାରେ କୋଭିଡ ମହାମାରୀ ର ଭୟାବହତା ପରେ ୨ ବର୍ଷ ଧରି ଅନ୍ଲାଇନ ମାଧ୍ୟମରେ ପାଠ ପଢା ସହିତ ପରୀକ୍ଷା ମଧ୍ୟ ହେଉଥିଲା I କୋଭିଡ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଫଲାଇନ ମାଧ୍ୟମରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ I

ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଗତ ମେ ମାସ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଥିଲା। ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଚାଲିଥିବା ବେଳେ ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଥିଲେ। ସେହିପରି ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଖାତାଦେଖା ହୋଇଥିଲା। ଖାତାଦେଖା ପରେ ଅନଲାଇନରେ ମାର୍କ ଅପଲୋଡିଂ ହେବ। ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.