୨୦୨୩ ପଦ୍ମ ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

134

୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ କରାଯାଇପାରିବ। ପଦ୍ମ ବିଭୁଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନ୍‍ଲାଇନ୍‍ ଜରିଆରେ ମେ ପହିଲାରୁ ମନୋନୟନ ପତ୍ର ଓ ସୁପାରିସ ପତ୍ର ଆହ୍ୱାନ କରାଯାଇଛି।

ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ବିଜେତାମାନଙ୍କର ନାମ ଘୋଷଣା କରାଯିବ। କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ସମାଜସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ ବ୍ୟାପାର, ପ୍ରଶାସନିକ ସେବା, ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ବିଚକ୍ଷଣ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପଦ୍ମ ପୁରସ୍କାରକୁ ଲୋକ ପୁରସ୍କାରରେ ପରିଣତ କରିବା ପାଇଁ ସରକାର ବଦ୍ଧପରିକର ଅଛନ୍ତି।

Comments are closed, but trackbacks and pingbacks are open.