ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

52

ନୂଆଦିଲ୍ଲୀ: ଆଜି ଦେଶ ତା’ର 80 ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ପାଳନର ନେତୃତ୍ୱ ନେଇଥିଲେ। ସେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ, ଲାଲକିଲ୍ଲାରେ ଜାତୀୟ ସଂଗୀତ “ବନ୍ଦେ ମାତରମ୍” ଗାନ କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।  ଏହି ସମୟରେ ଭାରତୀୟ ବାୟୁସେନାର ଦୁଇଟି Mi-17 ହେଲିକପ୍ଟର ଦ୍ୱାରା ଆକାଶ ମାର୍ଗରୁ ଫୁଲ ବର୍ଷା କରାଯାଇଥିଲା। ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ “ବନ୍ଦେ ମାତରମ୍” ସଂଗୀତ ପ୍ରତିଧ୍ବନିତ ହୋଇଛି। ସେ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଦେଶର କିଛି ଅଂଶରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଦେଖାଦେଇଛି, ଯାହା ଅନେକ ପରିବାରକୁ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀ ସମସ୍ତ ପ୍ରଭାବିତ ପରିବାରକୁ ଆଶ୍ୱାସନା ଦେଇ କହିଥିଲେ ଯେ, ସମଗ୍ର ଦେଶ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି।

Comments are closed, but trackbacks and pingbacks are open.