ବିଲାତି ମଞ୍ଜିର ଦାମ ୩ କୋଟି !

404

ବର୍ତ୍ତମାନ ସାରା ଦେଶରେ ପରିବା ବଜାରରେ ନିଆଁ ଲାଗି ଯାଇଛି I ସବୁ ପରିବା ଭିତରେ ବିଲାତି ବାଇଗଣ ହେଉଛି ସବୁଠାରୁ ମହଙ୍ଗା I ମାତ୍ର ଗୋଟିଏ ମାସ ପୂର୍ବରୁ ବିଲାତି ବଜାରରେ ୩୦-୪୦ ଟଙ୍କାରେ ମିଳୁଥିବା ବେଳେ ,ବର୍ତ୍ତମାନ ଏହା ୨୦୦ ଛୁଇଁବାକୁ ବସିଲାଣି I ଗୁରଗାଓଁ ରେ ତ ଏହା ୪୦୦ ତାଙ୍କ ଛୁଇଁଛି I ତେଣୁ ବର୍ତ୍ତମାନ ସାଲାଡ଼ ହେଉକି ସାଧା ତରକାରୀ,ପ୍ଲେଟରୁ ବିଲାତି ଗାୟବ ହେଇଯାଇଛି I

କିନ୍ତୁ ଆପଣ ଜାଣନ୍ତି କି ବିଲାତି ମଞ୍ଜିର ଦାମ କେତେ ?? ଏହା କିଲୋ ପ୍ରତି ୩ କୋଟି ଟଙ୍କା !! ଶୁଣିଲେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ କିନ୍ତୁ କଥାଟି ସତ ଇ ଆସନ୍ତୁ ଵଜାଣିବା କେଉଁ ବିଲାତି ମଞ୍ଜିର ଦାମ ୩ କୋଟି I

ଆମେ ହାଜେରା ଜେନେଟିକ୍ସ ଦ୍ୱାରା ବିକ୍ରି ହୋଇଥିବା ଟମାଟୋ ମଞ୍ଜି ବିଷୟରେ କହୁଛୁ | ଏହି ଟମାଟୋ ମଞ୍ଜି ସୁନା ମୂଲ୍ୟଠାରୁ ଅଧିକ I ଯଦି ଆପଣ ମଧ୍ୟ ଏହି ସ୍ୱତନ୍ତ୍ର ଟମାଟୋ ବିହନ କିଣିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ I ଏବିଷୟରେ ହାଜେରା ଜେନେଟିକ୍ସ କମ୍ପାନୀ କୁହନ୍ତି ଏହି ନୂତନ ପ୍ରକାରର ବିହନ ବିକାଶ କରିବା ହେଉଛି କମ୍ପାନୀର ମୂଳ ଧ୍ୟାନ I ଏହାର ଫଳ ମଧ୍ୟ ବହୁତ ମହଙ୍ଗା I ଏହି ଜାତୀୟ ବିଲାତି ର ଗୋଟିଏ ମଞ୍ଜିରୁ ପ୍ରାୟ ୨୦ କିଲୋ ପର୍ଯ୍ୟନ୍ତ ବିଲାତି ଉତ୍ପାଦନ ହୋଇପାରିବ I

କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ବିଲାତି ଅନ୍ୟ ବିଲାତି ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହୋଇଥିଲେ ମଧ୍ୟ ,ଏଥିରୁ ବିଶେଷ ମଞ୍ଜି ବାହାରି ନଥାଏ I ଏହା ବିଶେଷ କରି ୟୁରୋପୀୟ ଦେଶରେ ଅଧିକ ଚାଷ କରାଯାଇଥାଏ I ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ଖୁବ ଅଧିକ I

Comments are closed, but trackbacks and pingbacks are open.