ଶ୍ରାବଣ ମାସରେ ଘରେ ଲଗାନ୍ତୁ ଧଳା ଅରଖ

4,817

ଆରମ୍ଭ ହେଇଯାଇଛି ଧର୍ମ ମାସ ଶ୍ରାବଣ I ଏହି ମାସରେ ଦେବ ଦେବ ମହାଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଳାଭିଷେକ କରାଯାଏ I ତେଣୁ କାଉଡିଆ ମାନେ ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି I

ଧର୍ମ ମାସ ଶ୍ରାବଣ ଆରମ୍ଭରେ ଘରେ ଅନେକ ପ୍ରକାର ଗଛ ଲତା ଲାଗ ଯାଇଥାଏ ଇ ଏମାନଙ୍କ ମଧ୍ୟରୁ ଧଳା ଅରଖ ଲଗାଇବା ସବୁଠାରୁ ଶୁଭ ହୋଇଥାଏ I ଏହା ଘରୁ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ବାହାର କରିଥାଏ I

ଧତୁରା -ଶ୍ରାବଣରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ଲଗାନ୍ତୁ ଧତୁରା ଫୁଲ ଗଛ I ଏହା ସାଧାରଣତଃ ରାସ୍ତା ଘାଟରେ ଆପେ ଉଠିଥାଏ I ତେବେ କେଉଁଠି ଯଦି ଆଖିରେ ପଡେ ଏହାକୁ ଆଣି ଘରେ ଯତ୍ନରେ ଲଗାନ୍ତୁ I

କାଠଚମ୍ପା – ଏହି ମାସରେ କାଠ ଚମ୍ପା ଫୁଲ ଗଛ ଆଣି ଘରେ ଲଗାନ୍ତୁ I ଏହା ଅତ୍ୟନ୍ତ ଶୁଭ ଦାୟୀ ହୋଇଥାଏ I

ଶମୀବୃକ୍ଷ – ମହାଦେବ ଙ୍କ ସହିତ ଶନି ଦେଙ୍କ ପ୍ରସନ୍ନ କରିବା ପାଇଁ ଘରେ ଲଗାନ୍ତୁ ଶମୀ ବୃକ୍ଷ I

ଧଳା ତୁଳସୀ – ଶ୍ରାବଣରେ ଚାରିଆଡେ ସବୁଜିମା ଛାଇ ହୋଇ ଥାଏ I ତେଣୁ ଘରେ ଏହି ସମୟରେ କୃଷ୍ଣ ତୁଳସୀ ଅପେକ୍ଷା ଧଳା (ସବୁଜ) ତୁଳସୀ ଲଗାନ୍ତୁ I ଲକ୍ଷ୍ମୀ ନାରାୟଣ ପ୍ରସନ୍ନ ହେବେ I

Comments are closed, but trackbacks and pingbacks are open.