ଗାୟକ କେକେଙ୍କ ମୃତ୍ୟୁ ରହସ୍ୟ : ସଂଗୀତ ମଝିରେ ହୋଇ ଥିଲେ ଅସୁସ୍ଥ,ଷ୍ଟେଜରେ ଚାଲୁନଥିଲା ଏସି,ଭାଇ ରାଲ ହେଉଛି ଭିଡିଓ

40

ବଲିଉଡ୍‌ର ଲୋକପ୍ରିୟ ଗାୟକ କେକେଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି । କୋଲକାତା ଗୁରୁଦାସ କଲେଜ୍‌ର ନାଜରୁଲା ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ହେଲେ ୫୩ ବର୍ଷିୟ କେକେଙ୍କ ମୃତ୍ୟୁ ପୂର୍ବର କିଛି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଷ୍ଟେଜ ରେ ଲାଇଭ କନସର୍ଟ ଚାଲୁଥିବା ସମୟରେ କେକେ କିଛି ସମୟ ପାଇଁ ପ୍ରବଳ ଝାଳ ରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା I ଭିଡିଓରେ ଦେଖିବାକୁ ମିଳିଛି ପ୍ରବଳ ଗରମ ହେବା କାରଣରୁ କେକେ ଆୟୋଜକ ଙ୍କ ନିକଟରୁ ଟାଓ୍ୱାଲ ଆଣି ନିଜର ମୁହଁ ପୋଛୁଛନ୍ତି । ପରେ ଏକ ପାଣି ବଟଲ ନେଇ ପିଉଛନ୍ତି । ଏହାପରେ ଷ୍ଟେଜ ରେ ଏପଟ ସେପଟ ହୋଇ ଏସି ଚାଲୁ ନ ଥିବା ଇସାରା କରି ସଂକେତ ଦେଉଛନ୍ତି । ଖାଲିସେତିକି ନୁହେଁ ନାଜରୁଲା ମଞ୍ଚରେ ବହୁ ସଂଖ୍ୟକ ଦର୍ଶକ ଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି I ତେବେ କେକେ ଅସୁସ୍ଥ ଅନୁଭବ କରିବା ପରେ ସଙ୍ଗେ ସଙ୍ଗେ ହାତରେ ଧରିଥିବା ମାଇକକୁ ପାଖରେ ଥିବା ବ୍ୟକ୍ତିଙ୍କୁ ଦେଇ ସହଯୋଗୀଙ୍କ ସହ ଷ୍ଟେଜରୁ ବାହାରକୁ ଯାଉଥିବାର ଦେଖିବାକୁ ମିଳିଛି । କୁହାଯାଉଛି ଆୟୋଜନ ସ୍ଥଳରେ ଏସି ଠିକ୍ ଭାବରେ ଚାଲୁନଥିଲା । ଆବଶ୍ୟକରୁ ଅଧିକ ସଂଖ୍ୟକ ଲୋକ ଥିଲେ । ଅତ୍ୟଧିକ ହାଲୋଜିନ ଲାଇଟ ଯୋଗୁଁ ପ୍ରବଳ ଗରମ ଅନୁଭୂତ ହେଉଥିଲା I ସେପଟେ କେ.କେଙ୍କ ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାହିଁକି ନାଁ କେ.କେଙ୍କ ମୁଣ୍ଡ ଓ ଓଠରେ ଆଘାତ ଲାଗିଥିବା ପୁଲିସ ସୂଚନା ଦେଇଛି । ଯାହାକି ଏହା ଏକ ହତ୍ୟାକଣ୍ଡ ନା ନିଜେ କେକେ ତଳେ ପଡ଼ିଯାଇଛନ୍ତି । ତାହାକୁ ନେଇ କୋଲକାତା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସେପଟେ ଆଜି ଆସିଥିବା ପୋଷ୍ଟମର୍ଟମ ରିପୋର୍ଟ ରୁ କେକେ ଙ୍କ ମୃତ୍ୟୁ କୁ ୟୁଡି ଅର୍ଥାତ ଅନ ନେଚୁରାଲ ଡେଥ ବୋଲି ଦର୍ଶାଯାଇଛି I ତେବେ ପ୍ରାରମ୍ଭିକ ମେଡିକାଲ ରିପୋର୍ଟରେ କେବଳ ଅପ୍ରାକୃତିକ ମୃତ୍ୟୁ ଲେଖାଯାଇଥିବା ବେଳେ ଅନ୍ୟ କୌଣସି କାରଣ ଦର୍ଶାଯାଇ ନାହିଁ। ୭୨ ଘଣ୍ଟା ପରେ ସମ୍ପୂର୍ଣ୍ଣ ଅଟୋସ୍ପି ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି।

Comments are closed, but trackbacks and pingbacks are open.