ଓଜେଇଇ ପରୀକ୍ଷା – ୨୦୨୨ : ଜୁଲାଇ ୪ ରୁ ୮ ପର୍ଯ୍ୟନ୍ତ ହେବ ପରୀକ୍ଷା

44

ରାଜ୍ୟର ସରକାରୀ ଓ ଘରୋଇ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁଲାଇରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ଅନୁଷ୍ଠିତ ହେବ। ବୁଧବାର ଓଜେଇଇ ୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଜୁଲାଇ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୮ତାରିଖରେ ଶେଷ ହେବ।
ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଟେକ୍‍ ଡିପ୍ଲୋମା ପରୀକ୍ଷା ହେବ। ଜୁଲାଇ ୫ ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍‍ସିଏ/ଏମ୍‍ଏସ୍‍ସି ପରୀକ୍ଷା ହେବ। ଜୁଲାଇ ୫ରୁ ତୃତୀୟ ସିଫ୍ଟରେ ଏମ୍‍ଟେକ୍‍,ଏମ୍‍ଆର୍ଚ, ଏମ୍‍ଫାର୍ମା ଏବଂ ବିସିଏଟି ପରୀକ୍ଷା ହେବ। ୬ ତାରିଖ ପ୍ରଥମ ୨ଟି ସିଫ୍ଟରେ ଏମ୍‍ବିଏ ଓ ତୃତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍‍ ଏମ୍‍ବିଏ, ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରିଟେକ୍‍ ବିଏସ୍‍ସି, ବିସିଏଟ୍‍ ଫିଲ୍ମ ଏଡିଟିଂ ପରୀକ୍ଷା ଅନୁଷ୍ଠିତ ହେବ। ୮ ତାରିଖରେ କେବଳ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ବି ଫାର୍ମା ପ୍ରବେଶିକା ପରୀକ୍ଷା ହେବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

Comments are closed, but trackbacks and pingbacks are open.