ଶେଷ ହେଲା ମାଟ୍ରିକ ଛାତ୍ର ଛାତ୍ରୀଙ୍କ ସମେଟିଭ ଟୁ ପରୀକ୍ଷାର ଖାତା ଦେଖା, ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ରେଜଲ୍ଟ

36

 ଶେଷ ହେଲା ମାଟ୍ରିକ ଛାତ୍ର ଛାତ୍ରୀଙ୍କ ସମେଟିଭ ଟୁ ପରୀକ୍ଷାର ଖାତା ଦେଖା। ମେ ୨୧ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ଚାଲିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ହଜାରରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖାରେ ନିୟୋଜିତ ହୋଇଥିଲେ।

ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ମଧ୍ୟମା ପରୀକ୍ଷା ଓ ଓପନ ସ୍କୁଲ ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି। ଏବେ ସମସ୍ତ ଖାତା ବୋର୍ଡର କଟକ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯିବ। ଏହାପରେ ରାଜ୍ୟ ବାହାରର ଟାବୁଲେସନ କେନ୍ଦ୍ରରେ ମାର୍କସିଟ ଓ ସାର୍ଟିଫିକେଟ ପ୍ରସ୍ତୁତ ହେବ ବୋଲି ଜଣାପଡିଛି।

ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି।

Comments are closed, but trackbacks and pingbacks are open.