ଶ୍ରୀ ମନ୍ଦିର ରୋଷଶାଳା ଭିତରର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ

0 115

ଗତ ତିନି ଦିନ ଧରି ସାମାଜିକ ଗଣମାଧ୍ୟମ ରେ ଘୁରିବୁଲୁଛି ଶ୍ରୀ ମନ୍ଦିର ରୋଷଶାଳା ର ଭିତରର ଦୃଶ୍ୟ I ମହାପ୍ରଭୁ ଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା ମହାପ୍ରସାଦ କୁ କୁଡୁଆ ରେ ରଖାଯାଇଥିବା ସାମଗ୍ରୀ ର ଦୃଶ୍ୟ କୁ ତରୁଣ ଶର୍ମା ନାମକ ଜଣେ ବ୍ୟକ୍ତି ଫେସବୁକ ରେ ଛାଡିଛନ୍ତି I ପନିପରିବା ,ଶାଗ,ନଡ଼ିଆ କଟାଯାଇ ମାଟି କୁଡୁଆ ରେ ରଖାଯାଇଥିବI ଏବଂ ସେଠାରେ କେତେଜଣ ଯୋଗାଡ଼ିଆ ଙ୍କୁ ମଧ୍ୟ ଦେଖିବାକୁ ମିଳୁଛି I ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ଓ କ୍ୟାମେରା ଇତ୍ୟାଦି ନେବା ନିଷେଧ କରାଯାଇଥିବା ବେଳେ ତରୁଣ କେଉଁଭଳି ରୋଷଶାଳା ଭିତରର ଦୃଶ୍ୟ ଉତ୍ତୋଳନ କଲେ ତାହା ସମସ୍ତଙ୍କୁ ଚକିତ କରିଛି I ଖାଲି ସେତିକି ନୁହେଁ,ଶ୍ରୀ ଜୀଉଙ୍କ ରୋଷଶାଳା ସମ୍ପର୍କ ରେ ଶ୍ରୀ ଶର୍ମା ସାମାଜିକ ଗଣମାଧ୍ୟମ ରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଛନ୍ତି ଇ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ୩୨ ବର୍ଷର ବୋଲି ସେଥିରେ ଉଲ୍ଲେଖ ଅଛି I ଶ୍ରୀମନ୍ଦିର ଏବଂ ରୋଷଶାଳା ସମ୍ପର୍କରେ ଫେସବୁକ ରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବାରୁ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି I ବିଶିଷ୍ଟ ଶିକ୍ଷାବିତ ହିମାଂଶୁ କୁମାର ମହାନ୍ତି କହିଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ ଯଥାଶୀଘ୍ର ଏହାର ତଦନ୍ତ କରିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କ ରେ ଅପପ୍ରଚାର କରୁଥିବା ଏବଂ ଶ୍ରୀ ଜୀଉ ମାନଙ୍କ ରୋଷଶାଳା ରେ ଅନଧିକାର ପ୍ରବେଶ କରିଥିବାରୁ ଶ୍ରୀ ଶର୍ମା ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ I ଏ ସମ୍ପର୍କ ରେ ଶ୍ରୀ ମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏହି ଘଟଣା ର ତଦନ୍ତ କରାଯିବ I ଯଦି ଅଭିଯୋଗ ସତ୍ୟ ହୋଇଥାଏ ଶ୍ରୀ ଶର୍ମା ଙ୍କ ବିରୋଧ ରେ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

ଫେସବୁକ ରେ ଶ୍ରୀ ମନ୍ଦିର ରୋଷଶାଳା ଭିତରର ଦୃଶ୍ୟ ପ୍ରସାରଣ ଯୋଗୁଁ ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି Iଏ ଭଳି ଘଟଣା ର ଯେପରି ପୁନରା ବୃତି ନ ହୁଏ ଶ୍ରୀ ମନ୍ଦିର ପ୍ରଶାସନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି I

Leave A Reply

Your email address will not be published.