ତୃତୀୟ ଲହର ପୂର୍ବରୁ ଆସିଲା ଭଲ ଖବର

0 104

କରୋନାର ପ୍ରଥମ ଲହର ର ପ୍ରାଦୁର୍ଭାବ ପରେ ଦ୍ଵିତୀୟ ଲହର ର ସଂକ୍ରମଣ ,ମୃତ୍ୟୁ ଓ କରୋନା ପରବର୍ତ୍ତୀ ଜଟିଳ ପରିସ୍ଥିତିରେ ମୃତ୍ୟୁ ର ଭୟାଭତା ଦେଖେଇସାରିଛି ଇ ଦ୍ଵିତୀୟ ଲହର ନ ଯାଉଣୁ ତୃତୀୟ ଲହର ପାଦ ଥାପିବାକୁ ନେଇ ଭାରତରେ ଆଶଙ୍କା ଦେଖାଦେଇଥିଲା । କିନ୍ତୁ ଜୁଲାଇ ଓ ଅଗଷ୍ଟମାସରରେ କମିଛି କମୁଛି R-ଭେଲ୍ୟୁ। ଅର୍ଥାତ ରି-ପ୍ରଡକ୍ଟିଭ୍‌ ନମ୍ବର I ଅଗଷ୍ଟ ଶେଷରେ R-ଭେଲ୍ୟୁ 1.17 ଥିବା ବେଳେ ସେପ୍ଟେମ୍ବର ମଧ୍ୟଭାଗରେ 0.92 କୁ ହ୍ରାସ ପାଇଛି। ଗବେଷକ ମାନଙ୍କ ତଥ୍ୟ ଅନୁସାରେ କେତେକ ପ୍ରମୁଖ ସହର ତଥା ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁର ସ୍ଥିତି ଭିନ୍ନ ରହିଛି। ଉକ୍ତ ସହରମାନଙ୍କରେ କରୋନା ପ୍ରଭାବ କମି ନାହିଁ। କିନ୍ତୁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିଛି ଇ ଏହା ଦେଶ ତଥା ରାଜ୍ୟ ପାଇଁ ଆଶ୍ବତୀ ଆଣିଦେଇଛି ଏବେ ସେହିଭଳି ତୃତୀୟ ସଂକ୍ରମଣ କୁ ନେଇ ଆସିଛି ଭଲ ଖବର I ଚେନ୍ନାଇର ଗଣିତ ବିଜ୍ଞାନ ପ୍ରତିଷ୍ଠାନର ସୀତାଭ୍ରା ସିହ୍ନା କହିଛନ୍ତି ଯେ, ଭଲ ଖବର ହେଉଛି କେରଳ ଏବଂ ମହାରାଷ୍ଟ୍ରରେ ସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି ଇ ଏଠାରେ R-ଭେଲ୍ୟୁ ୧ରୁ କମ୍ ରହିଛି। ମାନେ ଆଗ ଅପେକ୍ଷା ବେଶ ସୁଧାର ଆସିଛି। ଶ୍ରୀ ସିହ୍ନାଙ୍କ ନେତୃତ୍ୱରେ R-ଭେଲ୍ୟୁ ଗବେଷଣା ହେଉଛି। ଆର ଭେଲ୍ୟୁ ବା ଏକ ସଂଖ୍ୟା ଯାହାକି କରୋନା ସଂକ୍ରମଣର ଏକ ମାପକ ବୋଲି ସୂଚାଏ। ସଂକ୍ରମଣ କେତେ ଶୀଘ୍ର ବିସ୍ତାର ହେଉଛି ତାର ଆକଳନ ହେଉଛି ଆର କିମ୍ବା ‘ପ୍ରଭାବଶାଳୀ ପ୍ରଜନନ ସଂଖ୍ୟା’।

କାରଣ ଉକ୍ତ ଦୁଇଟି ସହରରେ ସର୍ବାଧକ କେସ୍ ରହୁଥିଲା। ଅଗଷ୍ଟ ଶେଷରେ R-ଭେଲ୍ୟୁ 1.17 ଥିଲା। ସେପ୍ଟେମ୍ବର 4ରୁ 7 ମଧ୍ୟରେ ଏହା 1.11 କୁ ହ୍ରାସ ପାଇଛି। ସେବେଠାରୁ ଏହା 1ରେ ସ୍ଥିର ରହିଛି।
ଏହି ସଂଖ୍ୟା ଦର୍ଶାଏ ଯେ ହାରାହାରି କେତେ ଲୋକ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ପଜିଟିଭ୍ ହେବାର ସମ୍ଭାବନା ରହିଛି। ଆର ଭେଲ୍ୟୁ ୧ ତଳେ ରହିଲେ କରୋନା ନିୟନ୍ତ୍ରଣରେ ରହିଛି। ଆର ଭେଲ୍ୟୁ ୦.୯୫ର ଅର୍ଥ ହେଉଛି ପ୍ରତ୍ୟେକ ୧୦୦ ସଂକ୍ରମିତ ଲୋକ ହାରାହାରି ୯୫ ଜଣଙ୍କୁ ସଂକ୍ରମିତ କରିବେ। ଯଦି ଆର-ମୂଲ୍ୟ ଏକରୁ କମ୍, ଏହାର ଅର୍ଥ ହେଉଛି ଯେ ପୂର୍ବ ଅବସ୍ଥାରେ ସଂକ୍ରମିତ ଲୋକଙ୍କ ସଂଖ୍ୟାଠାରୁ ନୂଆ ସଂକ୍ରମିତ ଲୋକଙ୍କ ସଂଖ୍ୟା କମ୍ ହେବ। ଅର୍ଥାତ୍ ଏହି ରୋଗର ସଂଖ୍ୟା ହ୍ରାସ ପାଉଛି। ଆର ଭେଲ୍ୟୁ କମ୍ ହେଲେ ସଂକ୍ରମଣ ହ୍ରାସ ପାଇବ। ଅପରପକ୍ଷେ ଯଦି ଆର ୧ରୁ ଅଧିକ ତେବେ ପ୍ରତ୍ୟେକ ପର୍ଯ୍ୟାୟରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବ। ଏହି ସଂଖ୍ୟା ଯେତେ ଅଧିକ ହେବ, ମହାମାରୀ ସେତେ କ୍ଷତି ଘଟାଇବ। ଦ୍ୱିତୀୟ ଲହର ବେଳେ ମାର୍ଚ୍ଚ ୯ ରୁ ଏପ୍ରିଲ ୨୧ ମଧ୍ୟରେ ଦେଶରେ ଆର ଭେଲ୍ୟୁ ୧.୩୭ ରହିବ ବୋଲି ଆକଳନ କରାଯାଇଥିଲା। ଏପ୍ରିଲ୍ ୨୪ ରୁ ମେ ୧ ମଧ୍ୟରେ ଏହା ୧.୧୮ କୁ ଖସି ଆସିଯଦି ଏହା ବଢ଼ିବ ତାହେଲେ କୋଭିଡ୍ ମହାମାରୀର ବିପର୍ଯ୍ୟୟ କୁହାଯାଏ।
ବର୍ତ୍ତମାନ ଏହି ର’ଭ୍ୟାଲୁ ପୂର୍ବାପେକ୍ଷା କମ ରହୁଥିବାରୁ କୋଭିଡ ତୃତୀୟ ଲହର ପ୍ରଭାବଶାଳୀ ହେବନାହିଁ ବୋଲି ଗବେଶେକ ମାନେ ମତ ଦେଇଛନ୍ତି I

Leave A Reply

Your email address will not be published.