ଡିଏସପିଙ୍କୁ ଡମ୍ପର ଚଢାଇ ହତ୍ୟା ଘଟଣା ,ଅଭିଯୁକ୍ତ ଙ୍କୁ ପୋଲିସ ର ଏନ୍କାଉଣ୍ଟର

16

ହରିଆଣା: ଡିଏସପିଙ୍କୁ ପଥର ମାଫିଆ ଙ୍କ ଡମ୍ପର ଚଢାଇ ହତ୍ୟା ଘଟଣାରେ ପୋଲିସ୍‌ର କାର୍ଯ୍ୟନୁଷ୍ଠାନ । ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ଡମ୍ପର ଡ୍ରାଇଭର ଙ୍କୁ ପୋଲିସ ଏନକାଉଣ୍ଟର କରିଛି । ମିଳିଥିବା ସୂଚନା ମୁତାବକ, ସିଆଇଏ ଇନଚାର୍ଜ ସୁରେନ୍ଦ୍ର ସିଦ୍ଧୁଙ୍କ ଟିମ୍ ସହ ଅଭିଯୁକ୍ତଙ୍କ ହାତାହାତି ହୋଇଥିଲା । ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୋଲିସ ଏନକାଉଣ୍ଟର କରିଥିଲେ । ପୋଲିସ୍‌ର ଏନ୍‌କାଉଣ୍ଟରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି

ସୂଚନାଯୋଗ୍ୟ ଯେ, ଆଜି ଡିଏସପିଙ୍କ ଉପରକୁ ଡମ୍ପର ଚଢାଇଦେଇଥିଲେ ଖଣି ମାଫିଆ ଇକ୍କIର । ଯାହା ଫଳରେ ଘଟଣାସ୍ଥଳରେ ଚାଲିଯାଇଥିଲା ଡିଏସ୍ପିଙ୍କ ଜୀବନ । ଘଟଣା ଘଟିଥିଲା ହରିୟାଣା ନୁହଁ ର ପଚଗାଓଁ ଗାଁରେ । ବେଆଇନ ଖନନକୁ ଅଟକାଇବା ପାଇଁ ଯାଇଥିଲେ ଡିଏସପି ସୁରେନ୍ଦର ସିଂହ । ପୋଲିସ୍‌ ଖୋଜାଖୋଜି କରି ଅଭିଯୁକ୍ତକୁ କାବୁ କରିବା ପାଇଁ ତା ଉପରକୁ ଗୁଳି ଚଳାଇଥିଲା । ଇକ୍କାର ଆଣ୍ଠୁରେ ଗୁଳି ବାଜିଥିବା ବେଳେ ତାକୁ ନିଲ୍‌ହାର ମେଡିକାଲ୍‌ କଲେଜ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଡିଏସପି ସୁରେନ୍ଦର ନିଜ ଅଫିସ ଗାଡି ବାହାରେ ଛିଡା ହୋଇ ସାମ୍ନାରୁ ଆସୁଥିବା ବେଆଇନ ପଥର ବୋଝେଇ ଡମ୍ଫରକୁ ଅଟାଇବାକୁ ଚେଷ୍ଟା କରିଥିଲେ । ଆଉ ଏହି ସମୟରେ ସାମ୍ନାରୁ ଆସୁଥିବା ଡମ୍ଫରଟି ଡିଏସପିଙ୍କ ଉପରେ ଗାଡି ଚଢାଇ ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଡିଏସପି ସୁରେନ୍ଦର ସିଂହଙ୍କ ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ଘଟାଇବା ପରେ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇଁ ସ୍ଥାନୀୟ ଏସପି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଏବେବି ଜାରି ରହିଛି ।

Comments are closed, but trackbacks and pingbacks are open.