ଚଳିତ ଶିକ୍ଷାବର୍ଷରୁ +୨ ରେ ଶତ ପ୍ରତିଶତ ସିଲାବସରେ ପରୀକ୍ଷା ହେବ , ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

33

୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ଦୁଇରେ ୧୦୦ ପ୍ରତିଶତ ସିଲାବସ୍ ରହିବ । ଯୁକ୍ତ ୨ ବା ଦ୍ୱାଦଶ ଶ୍ରେଣୀ ପାଇଁ ଛାତ୍ରଛାତ୍ରୀ ଏବେ ୧୦୦ ପ୍ରତିଶତ ସିଲାବସ୍‌ର ପାଠ ପଢ଼ି ପରୀକ୍ଷା ଦେବେ । ୨୦୨୨ର ଅକୃତକାର୍ଯ୍ୟ ପରୀକ୍ଷାର୍ଥୀ କିନ୍ତୁ ୨୦୨୩ ଓ ୨୦୨୪ ବର୍ଷ ପାଇଁ ହ୍ରାସ ପାଇଥିବା ୭୦% ପୁରୁଣା ସିଲାବସରେ ପରୀକ୍ଷା ଦେବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପଇଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.