ବଢ଼ୁଛି ଡେଟିଂ ଆପ୍‌ର ଚାହିଦା

39

ଚୀନ୍‌ରେ ଯୁବପିଢ଼ି ଏବେ ଏକଲାପଣକୁ ସାମ୍ନା କରୁଛନ୍ତି । କରୋନା ଯୋଗୁଁ ସେମାନଙ୍କୁ ଦୀର୍ଘ ଦିନ ଧରି ଘରେ ବନ୍ଦୀ ଜୀବନ ଅତିବାହିତ କରିବାକୁ ପଡ଼ିଲା । ସେଠାରେ ଫେସବୁକ୍‌, ଟ୍ୱିଟର, ହ୍ୱାଟ୍ସଆପ୍ ନ ଥିବା ଯୋଗୁଁ ସେଠାକାର ଲୋକେ ଚୀନ ସାମାଜିକ ଗଣମାଧ୍ୟମ ଉପରେ ନିର୍ଭରଶୀଳ ରହିଲେ । ଫଳରେ ଏବେ ଚୀନ୍‌ର ଅଧିକାଂଶ ଯୁବପିଢ଼ି ଡେଟିଂ ଆପ୍‌ରେ ନିଜ ପାଇଁ ସାଙ୍ଗ ଖୋଜୁଛନ୍ତି । ଏହାକୁ ଲୋକେ ଥାର୍ଡ ପ୍ଲେସ୍ ବୋଲି କହୁଛନ୍ତି । ସେମାନଙ୍କ ମତରେ ଏହା ହେଉଛି କାମ ଓ ଘରଠୁ ଅଲଗା ଏକ ଭର୍ଚୁଆଲ ଦୁନିଆ । ତେବେ ଏଥିରେ ପରସ୍ପରକୁ ଦେଖା କରି ଜୀବନସାଥୀ ଖୋଜିବା ପରିବେର୍ତ୍ତ ନିଜ ପାଇଁ ସାଙ୍ଗ ଖୋଜୁଛନ୍ତି । ଅବଶ୍ୟ ବ୍ୟକ୍ତିଗତ ଦେଖାସାକ୍ଷାତଠୁ ଅଧିକ ଏଥିରେ ଲୋକେ ବେଶି ଅନଲାଇନ୍ ଚାଟିଂ କରୁଛନ୍ତି । ଚୀନରେ ୨୭୫ ଡେଟିଂ ଆପ୍ ଅଛି । ତେବେ ୨୦୧୭ରେ ଏହାର ସଂଖ୍ୟା ୨୩୯ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପଟେ ଡେଟିଂ ଆପ୍‌ର ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଡେଟିଂ ଆପ୍ କମ୍ପାନି ଭର୍ଚୁଆଲ ପାର୍ଟି ଗେମ୍ ଉପରେ ଏବେ କାମ କରୁଛନ୍ତି । ଏହା ଦ୍ୱାରା ଲୋକେ ଘରେ ବସି ସାମାଜିକ ଭାବେ ଲୋକଙ୍କୁ ସାକ୍ଷାତ କରିବାର ସୁବିଧା ପାଇବେ । ସେହିପରି ୧୩ରୁ ୩୨ ବର୍ଷ ବୟସ୍କ ୩୩ ପ୍ରତିଶତ ଲୋକ ଡେଟିଂ ଆପ୍‌କୁ ଅଧିକ ବ୍ୟବହାର କରୁଛନ୍ତି । ମୁଖ୍ୟତଃ ୮୯ ପ୍ରତିଶତ ବ୍ୟବହାରକାରୀ ଏହାର ବ୍ୟବହାର ସାମାଜିକ ସମ୍ପର୍କ ବଢ଼ାଇବା ଉଦ୍ଦେଶ୍ୟରେ କରୁଛନ୍ତି ।

Comments are closed, but trackbacks and pingbacks are open.