ଫେସିଆଲ୍ ପରେ ଏ ଭୁଲ୍ କରନ୍ତୁନି

44

ଫେସିଆଲ ଦ୍ୱାରା ତ୍ୱଚା ଉଜ୍ଜ୍ୱଳ, କୋମଳ ଓ ସୁନ୍ଦର ଦିଶେ । ତେବେ ଏହାକୁ କରିବା ପରେ ମହିଳାମାନେ ଅଜାଣତରେ କିଛି ଭୁଲ କରି ବସନ୍ତି । ଫଳରେ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ।

  • ଫେସିଆଲ ପରେ ଲୋମଛିଦ୍ର ଖୋଲିଯାଏ । ସେଥିପାଇଁ ଏହାକୁ କରିବା ପରେ ମେକ୍‌ଅପ୍‌ଠୁ ଦୂରେଇ ରୁହନ୍ତୁ । କାରଣ ସବୁପ୍ରକାର ପ୍ରଡକ୍ଟରେ ରସାୟନ ଥାଏ ।
  • ଫେସିଆଲର ତୁରନ୍ତ ପରେ ଫେସ୍ ସିରମ୍ ଲଗାନ୍ତୁ ନାହିଁ । ଏହା ଦ୍ୱାରା ବ୍ରଣ ସମସ୍ୟା ଦେଖା ଦିଏ ।
  • ସେହିପରି ଖରାକୁ ବାହାରିବା ମଧ୍ୟ ଉଚିତ ନୁହେଁ । ଖରା ସଂସ୍ପର୍ଶରେ ଆସିଲେ ତ୍ୱଚା ନାଲି ପଡ଼ିଯାଏ ।
  • ଫେସିଆଲ କରିବାର ଚାରିରୁ ପାଞ୍ଚ ଘଂଟା ପର୍ଯ୍ୟନ୍ତ ସାବୁନ୍ ମୁହଁରେ ବ୍ୟବହାର କରନ୍ତୁ ନାହିଁ ।
  • କିଛି ଦିନ ପର୍ଯ୍ୟନ୍ତ ଫେସ୍ ପ୍ୟାକ୍ କିମ୍ବା ସ୍କ୍ରବ୍ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ।
  • ଫେସିଆଲ ଦ୍ୱାରା ତ୍ୱଚା କୋମଳ ହୋଇଥାଏ । ସେଥିପାଇଁ ଏହାକୁ କରିବା ପୂର୍ବରୁ ଥ୍ରେଡିଂ କରନ୍ତୁ ।

Comments are closed, but trackbacks and pingbacks are open.