ଆଜି ଠାରୁ ଆରମ୍ଭ ହେଲା ସିୟୁଇଟି ପ୍ରବେଶିକା ପରୀକ୍ଷା

31

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ପାଇଁ ଏକକ ୟୁଜି ପ୍ରବେଶିକା (ସିୟୁଇଟି) ଆଜିଠାରୁ ଆରମ୍ଭ ହେବ । ୧୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଦେଶରେ ୫୦୦, ବିଦେଶର ୧୦ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଛି । ଜାତୀୟ ପରୀକ୍ଷଣ ସଂସ୍ଥାନ ପରୀକ୍ଷା ପରିଚାଳନା କରୁଛି ଏବଂ ଓଡ଼ିଶାର ୨୮ସହରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏବର୍ଷ ଜୁଲାଇ ୧୫ରୁ ପ୍ରଥମ ଓ ଅଗଷ୍ଟ ୪ରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୧୫, ୧୬, ୧୯ ଓ ୨୦ ରେ ଅନୁଷ୍ଠିତ ହେବ।

Comments are closed, but trackbacks and pingbacks are open.