ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ସିବିଆଇ ରେଡ

172

ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ସୋମବାର ସିବିଆଇ ଟିମ ଚଢାଉ କରିଛି। ଜମି ବଦଳରେ ଚାକିରି ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ, ରାବ୍ରି ଦେବୀ ଏବଂ ତାଙ୍କ ଝିଅ ମିସା ଭାରତୀ ଅଭିଯୁକ୍ତ ଅଛନ୍ତି।

ସୂଚନାଯୋଗ୍ୟ, ସିବିଆଇ ଟିମ୍‌ ରାବ୍ରି ଦେବୀଙ୍କ ଘରେ ପହଞ୍ଚିବାବେଳେ ସେ ବିଧାନ ପରିଷଦ ଯିବାକୁ ପ୍ରସ୍ତୁତ ହେଉଥିଲେ।

ଏହି ବାସଭବନରେ ଉପମୁଖ୍ୟମନ୍ତ୍ରୀ ତଥା ବିଧାନସଭା ସଦସ୍ୟ ତେଜସ୍ବୀ ଯାଦବ ଏବଂ ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ମଧ୍ୟ ଉପସ୍ଥିତ ଅଛନ୍ତି। ଆରଜେଡି ସଭାପତି ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରୁ କିଡନୀ ପ୍ରତିରୋପଣ ପରେ ଗତ ମାସରେ ଭାରତ ଫେରିଛନ୍ତି।

Comments are closed, but trackbacks and pingbacks are open.