ପାକିସ୍ତାନ ଯାଇଥିବା ସିଦ୍ଧୁଙ୍କ ବିବାଦୀୟ ବୟାନ ଉପରେ ବିଜେପିର ଘୋର ଆକ୍ରମଣ

22

ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ପାକିସ୍ତାନର କର୍ତ୍ତାରପୁର ସାହିବ କରିଡୋର ଦର୍ଶନରେ ଯାଇ ଦେଇଛନ୍ତି ବିବାଦୀୟ ବୟାନ I ସେଠାରେ ପହଞ୍ଚିବା ପରେ ନବଜୋତ ସିଂ ସିଦ୍ଧୁ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ବଡ ଭାଇ କହିଛନ୍ତି I ଏହି ପ୍ରସଙ୍ଗରେ ବିଜେପି ନବଜୋତ ସିଂ ସିଦ୍ଧୁ ଏବଂ କଂଗ୍ରେସ ଦଳ ଉପରେ ଆକ୍ରମଣ କରିଛି। ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନବଜୋତ ସିଂ ସିଦ୍ଧୁଙ୍କୁ ହିନ୍ଦୁ ମାନଙ୍କ ମଧ୍ୟରେ ଆଇଏସଆଇଏସ-ବୋକୋ ହରାମ ଦେଖାଯାଉଛି ଏବଂ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାଁ ଙ୍କ ଠାରେ ବଡଭାଇ ନଜର ଆସୁଛନ୍ତି I ଏହା ଏକ ଗମ୍ଭୀର ବିଷୟ I
ସମ୍ବିତ ପାତ୍ର କାହିଁଛନ୍ତି କି ଆମେ ସମସ୍ତେ ଜାଣିବା ଉଚ୍ଚିତ ପଞ୍ଜାବ ହେଉଛି ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟ ଏବଂ ଏଠାରେ ନେତାମାନେ ତାଙ୍କ ବକ୍ତବ୍ୟରେ ପରିପକ୍ୱତା ଏବଂ ସଂଯମତା ରଖିବା ଉଚ୍ଚିତ I

ସେହିପରି ସିଦ୍ଧୁଙ୍କ ଉପରେ ଆଉ ଏକ ଗମ୍ଭୀର ଆରୋପ ଲଗାଇଛନ୍ତି କି ଯେଉଁ ବାଜୱା ଏବଂ ଇମ୍ରାନଙ୍କ ମହିମା ଗାଁ କରୁଛନ୍ତି , ସେହି ମାନେ ଭାରତର ପିଠିରେ ଛୁରୀ ମାରିବା କାମ କରିଛନ୍ତି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଏହା କଂଗ୍ରେସ ଦଳର ଏକ ଡିଜାଇନ୍,ପାଟର୍ନ । ସଲମାନ ଖୁରସିଦ, ମଣି ଶଙ୍କର ଆୟାର ଏବଂ ରସିଦ ଅଲଭି ହିନ୍ଦୁତ୍ୱକୁ ଦୁର୍ବ୍ୟବହାର କରୁଛନ୍ତି ଏବଂ ସିଦ୍ଧୁ ଇମ୍ରାନଙ୍କ ମହିମା ଗାଇବାକୁ ଯାଉଛନ୍ତି। ଏହା ସବୁ ଏକ ନମୁନା I ସେହିପରି ହିନ୍ଦୁତ୍ୱ ବିଶ୍ୱବ୍ୟାପୀ ବିପଦ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସି ବିବୃତ୍ତି ଦେଇଥିଲେ । ସେହିଭଳି ସମ୍ବିତ ପାତ୍ର କହିଛନ୍ତି କି ଯେତେବେଳେ ନବଜୋତ ସିଂ ସିଦ୍ଧୁ ପାକିସ୍ତାନ ଯାଆନ୍ତି, ସେତେବେଳେ ସେ କୁହନ୍ତି ଯେ ମୁଁ ପାକିସ୍ତାନକୁ ପସନ୍ଦ କରେ କାରଣ ଏଠାରେ ଭାଷା ଏବଂ ଖାଦ୍ୟ ମୋର ସମାନ, କିନ୍ତୁ ମୁଁ ଦକ୍ଷିଣ ଭାରତ ଯାଇ ଦ୍ୱନ୍ଦ୍ୱରେ ପଡେ।

Leave A Reply

Your email address will not be published.