ଆର୍‌ଟିଆଇ ତଥ୍ୟ ଅନୁସାରେ,୧୯୭୦ ମସିହାରୁ ନାହିଁ ରତ୍ନଭଣ୍ଡାରର ଚାବି

0 101

୧୯୭୦ ମସିହାରୁ ନାହିଁ ରତ୍ନଭଣ୍ଡାରର ଚାବି। ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବି ହଜି ଥିବା ନେଇ ଜିଲ୍ଲା କୋଷାଗାରକୁ ଆବେଦନ କରି ତଥ୍ୟ ମାଗିଥିଲେ ଦିଲ୍ଲୀପ ବରାଳ। ସେହିପରି ଆର୍‌ଟିଆଇ ତଥ୍ୟ ଅନୁସାରେ ଜିଲ୍ଲା କୋଷାଗାରରୁ ଦିଲ୍ଲୀପ କୁମାର ବରାଳଙ୍କୁ ଚିଠିରେ ରହିଛି ଏଇଭଳି ତଥ୍ୟ । ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି, ଚାବି ନଥିବା ନେଇ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ପୂର୍ବତନ ଜିଲ୍ଲାପାଳଙ୍କୁ ତତ୍କାଳୀନ ଜିଲ୍ଲା କୋଷାଧ୍ୟକ୍ଷ ଚିଠି ଲେଖି ଅବଗତ କରାଇଥିଲେ। ଠିକ୍‌ ସେମିତି ତତ୍କାଳୀନ ଜିଲ୍ଲାପାଳ ମଧ୍ୟ ଏନେଇ ସେହି ସମୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ।
ଆର୍‌ଟିଆଇ କର୍ମୀ ଦିଲ୍ଲୀପ କୁମାର ବରାଳଙ୍କ କହିବା କଥା, ଯଦି ଭିତର ରତ୍ନଭଣ୍ଡାରର ଚାବି ନଥିଲା, ତାହାହେଲେ ଖୋଲିବାକୁ ଯାଇଥିଲେ କାହିଁକି? ଚାବି ନଥିବାରୁ ଏମାନେ ବାହାର ରତ୍ନଭଣ୍ଡାରକୁ ଯାଇ ଭିତର ରତ୍ନଭଣ୍ଡାରକୁ ଦୂରରୁ ଦେଖି ଚାଲି ଆସିଲେ। ଯଦି ଭିତର ରତ୍ନଭଣ୍ଡାର ଚାବି ନଥିବାରୁ ଯାଇପାରିଲେ ନାହିଁ, ତେଣୁ ସେମାନେ କାହିଁକି ରତ୍ନଭଣ୍ଡାର ରେଜିଷ୍ଟ୍ରାରରେ ଲେଖିଲେ ନାହିଁ ବୋଲି ଦିଲ୍ଲୀପ ପ୍ରଶ୍ନ କରିଛନ୍ତି।

ଚାବି ହଜିବା ନେଇ ଖୋଳତାଡ଼ ଚାଲିଥିବା ବେଳେ ହଠାତ୍‌ ଜିଲ୍ଲା ରେକର୍ଡ ରୁମ୍‌ରୁ ନକଲି ଚାବି ପାଇଲେ ପୂର୍ବତନ ଜିଲ୍ଲାପାଳ। ସେ ନେଇ ମଧ୍ୟ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା ଇ ତେବେ ରେକର୍ଡ ରୁମ୍‌ ତଥ୍ୟ ଅନୁସାରେ ମିଳିଥିବା ଚାବି ଅସଲି କିମ୍ୱା ନକଲି ଆମ ପାଖରେ କୌଣସି ପ୍ରମାଣ ନାହିଁ। ସେହି ଭଳି ଚାବି ଜମା ହେବାର କିଛି ପ୍ରମାଣ ମଧ୍ୟ ନାହିଁ Iତେବେ ଦିଲ୍ଲୀପ କୁମାର ପ୍ରଶ୍ନ କରିଛନ୍ତି ଯେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରଘଟ ହେବାପରେ ହଠାତ ଜିଲ୍ଲାପାଳ ନକଲି ଚାବି ପାଇଲେ କେଉଁଠୁ? ଯଦି ଜିଲ୍ଲାପାଳ ୨୦୧୮ ମସିହା ଅଗଷ୍ଟ ୬ ରେ ଛବି ପାଇଥିଲେ ତେବେ ଭିତର ରତ୍ନଭଣ୍ଡାର ଖୋଲି କାହିଁକି ମରାମତି କରାଇଲେ ନାହିଁ ? ତେବେ ଏ ପ୍ରସଙ୍ଗରେ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I

Leave A Reply

Your email address will not be published.