ଦୁନିଆର ସବୁଠାରୁ ବୟସ୍କ ବୃଦ୍ଧା ଙ୍କ ପରଲୋକ

50

ଦୁନିଆର ସବୁଠାରୁ ବୟସ୍କ ମହିଳାଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା। ଦି ଜାପାନ ଟାଇମ୍ସ ଅନୁଯାୟୀ, ସେ ଏପ୍ରିଲ ୧୯ ରେ ମୃତ୍ୟୁବରଣ କରିଥିଲେ । ଜାପାନରେ ରହୁଥିବା ଏହି ବୃଦ୍ଧାଙ୍କ ନାଁ ହେଉଛି କେନ୍ ତାନାକା। ତାନାକା ଜାନୁୟାରୀ ୨, ୧୯୦୩ ରେ ଫୁକୁଓକା ସହରରେ ଜନ୍ମଗ୍ରହଣ କରିଥିଲେ ଏବଂ ଦୁଇଟି ବିଶ୍ୱଯୁଦ୍ଧ ଏବଂ ଦୁଇଟି ମହାମାରୀ ସମେତ ପରମାଣୁ ଯୁଗର ଆଗମନ ତଥା ମହାକାଶ ଯାତ୍ରା ଭଳି ଦୁନିଆରେ ଅନେକ ପରିବର୍ତ୍ତନ ସେ ଦେଖିଛନ୍ତି। ତାଙ୍କ ଜନ୍ମ ବର୍ଷରେ ପ୍ରଥମ ଥର ପାଇଁ ଏରୋପ୍ଲେନ୍ ପରୀକ୍ଷଣ ଆରମ୍ଭ ହୋଇଥିଲା । ତାଙ୍କ ଜନ୍ମ ସ୍ଥାନ ହେଉଛି ଦକ୍ଷିଣ-ପଶ୍ଚିମ ଜାପାନର ଫୁକୁଓକା।

ତାନାକା ସବୁବେଳେ ଶାନ୍ତ ମିଜାରେ ରହୁଥିଲେ। ବୟସ ତାଙ୍କୁ ୧୧୯ ହୋଇଥିଲେ ମଧ୍ୟ ସେ ସୁସ୍ଥ ରହିଥିଲେ। ଗୋଟିଏ ନର୍ସିଂ ହୋମରେ ସେ ରହିବା ସହ ବୋର୍ଡ ଗେମ ଖେଳୁଥିଲେ ଓ ଗଣିତ ସମସ୍ୟାର ସମାଧାନ କରୁଥିଲେ। ସେ ଚକଲେଟ ଖାଇବାକୁ ବେଶ ପସନ୍ଦ କରିନ୍ତି। ସୋଢ଼ା ବି ପିଅନ୍ତି।
ଯୁବାବସ୍ଥାରେ ତାନାକା ନୁଡୁଲ୍ସ ଦୋକାନ ଠାରୁ ଆରମ୍ଭ କରି ରାଇସ କେକ୍‌ ଷ୍ଟୋର ଭଳି ବ୍ୟବସାୟ ମଧ୍ୟ କରୁଥିଲେ କେନ୍‌। ୧୯୨୨ରେ ସେ ହିଡେଓ ତାନାକାଙ୍କୁ ବିବାହ କରିଥିଲେ। ତାଙ୍କର ୪ ପିଲା ଥିଲେ ଓ ସେ ଆଉ ଜଣଙ୍କୁ ପୋଷ୍ୟ ଭାବେ ମଧ୍ୟ ଗ୍ରହଣ କରିଥିଲେ। ୨୦୨୧ ଅଲିମ୍ପିକ୍ସରେ ସେ ହ୍ୱିଲ ଚେୟାରରେ ଟ୍ରଚ ରିଲେ କାର୍ଯ୍ୟକ୍ରମରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ମହାମାରୀ କରୋନା ଏଥିରେ ପ୍ରତିବନ୍ଧକ ସାଜିଥିଲା।
ଶ୍ରୀମତୀ ଟାନକା ୨୦୧୯ ରେ ୧୧୬ ବର୍ଷ ୨୮ ଦିନ ବୟସରେ ସବୁଠାରୁ ବୟସ୍କ ଜୀବନ୍ତ ବ୍ୟକ୍ତି ଭାବରେ ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ୱାରା ବିଶ୍ୱର ସର୍ବ ପୁରାତନ ଜୀବନ୍ତ ବ୍ୟକ୍ତି ଭାବରେ ମାନ୍ୟତା ପାଇଥିଲେ । ସେହି ସମୟରେ ସେ କହିଥିଲେ ଯେ ସେ ବୋର୍ଡ ଗେମ୍ ଓଥେଲୋ ଖେଳିବା ଏବଂ ଗଣିତ ଅଧ୍ୟୟନ କରିବାକୁ ଭଲ ପାଆନ୍ତି ।

Comments are closed, but trackbacks and pingbacks are open.