ଆଜି ଠାରୁ ଆରମ୍ଭ ହେଲା ସିବିଏସ୍ଇ ଦ୍ବାଦଶ ଟର୍ମ-୨ ପରୀକ୍ଷା

40

ଆଜିଠୁ ସିବିଏସ୍ ଇ ଦଶମ ଓ ଦ୍ବାଦଶ ଟର୍ମ-୨ ପରୀକ୍ଷା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସ୍ଇ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଓ ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ପର୍ଯ୍ୟାୟ ବା ଟର୍ମ-୨ ପରୀକ୍ଷା ଆଜିଠୁ ଆରମ୍ଭ ହେବ। ଅଫ୍ ଲାଇନ୍ ମୋଡ୍ ରେ ହେବାକୁ ଥିବା ଏହି ପରୀକ୍ଷା ପାଖାପାଖି ୫୦ ଦିନ ଧରି ଚାଲିବ।

ଚଳିତବର୍ଷ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଓଡ଼ିଶାରୁ ପାଖାପାଖି ୧୮ ହଜାର ପିଲା ଅଂଶଗ୍ରହଣ କରୁଥିବା ବେଳେ ଦଶମ ଶ୍ରେଣୀରେ ୩୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଦଶମ ଶ୍ରେଣୀ ପରୀକ୍ଷା ମେ’ ୨୪ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଜୁନ୍ ୧୫ରେ ଶେଷ ହେବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଥର ଦୁଇଟି ବିଷୟ ମଧ୍ୟରେ ବଡ଼ ବ୍ୟବଧାନ ଦିଆଯାଇଛି। ଯାହାଦ୍ବାରା ପିଲାଙ୍କୁ ପରୀକ୍ଷା ଲାଗି ପଢ଼ିବାକୁ ଅଧିକ ସୁଯୋଗ ମିଳିବ।

ତେବେ ପ୍ରତି ବିଷୟ ପରୀକ୍ଷା ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହେବ। ପରୀକ୍ଷାର୍ଥୀ ପୂର୍ବାହ୍ନ ୧୦ ସୁଦ୍ଧା ନିଜ ସିଟ୍ ରେ ବସିବେ । ୧୦ଟା ୧୫ରେ ପ୍ରଶ୍ନପତ୍ର ବଣ୍ଟନ କରାଯିବ । ପ୍ରଶ୍ନପତ୍ର ପଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍ ସମୟ ଦିଆଯିବ। କରୋନା ସଂକ୍ରମଣକୁ ନଜରରେ ରଖି କଟକଣା ମଧ୍ୟରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ପରୀକ୍ଷାର୍ଥୀ ନିଜର ହ୍ୟାଣ୍ଡ୍ ସାନିଟାଇଜର ଆଣି କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଛି। ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ପିଲାଙ୍କୁ କୋଭିଡ୍ -୧୯ଠାରୁ ଦୂରେଇ ରଖିବା ଦିଗରେ ଅଭିଭାବକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

Comments are closed, but trackbacks and pingbacks are open.