ଆଜିଠାରୁ ଆରମ୍ଭ ହେଲା +୨ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ର ଛାତ୍ରୀଙ୍କ ପରୀକ୍ଷା

44

ଗତ ମାସ ୨୮ ତାରିଖରୁ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ପରୀକ୍ଷା ଦେବେ ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ବିଦ୍ୟାର୍ଥୀ। ଆଜି ଇଂରାଜୀ ବିଷୟର ପରୀକ୍ଷା ରହିଛି । ପୂର୍ବାହ୍ନ ୯ଟାରେ ପରୀକ୍ଷା ଆରମ୍ଭ ହେବ। ବିଜ୍ଞାନ ପାଠ୍ୟକ୍ରମର ପରୀକ୍ଷା ମଧ୍ୟାହ୍ନ ୧୨ଟାରେ ସରିବ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ୧୧ଟା ୩୦ରେ ଶେଷ ହେବ। ଚଳିତ ଥର ରାଜ୍ୟରେ ୧୧୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ବିଜ୍ଞାନରେ ୭୮ ହଜାର ୭୭ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫ ହଜାର ୮୬୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ଅସାନି’କୁ ନେଇ ଚିନ୍ତାରେ +୨ ପରୀକ୍ଷାର୍ଥୀ,ବର୍ଷାରେ କେମିତି ଦେବେ ପରୀକ୍ଷା?
ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିିିତ +୨ ଥିଓରୀ ପରୀକ୍ଷା ଚାଲିଛି। ୩୦ ଜିଲାର ମୋଟ ୧୧୩୩ଟି ପରୀକ୍ଷା‌ କେନ୍ଦ୍ରରେ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସମ୍ଭାବ୍ୟ ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟରେ ବର୍ଷା ହେବାକୁ ଥିବାରୁ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ବର୍ଷାରେ ପରୀକ୍ଷାର୍ଥୀ କେମିତି ପରୀକ୍ଷା ଦେବାକୁ ଆସିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ଆସନ୍ତା ୧୦ ତାରିଖରୁ ବର୍ଷା ଆରମ୍ଭ ହେବ। ବର୍ଷା ୧୨ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ପ୍ରାୟ ୯ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୧୦ ତାରିଖରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଥିବାବେଳେ ୧୧ରେ ବିଜ୍ଞାନ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ରହିଛି। ଏହି ଦୁଇ ଦିନ ପ୍ରବଳ ବର୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେବାକୁ ଆସିବେ ତା’କୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି।

Comments are closed, but trackbacks and pingbacks are open.