ଜୁନ୍ ୨ରୁ ଆରମ୍ଭ ହେବ +୨ ଖାତା ଦେଖା

37

ରାଜ୍ୟରେ ଜୁନ୍ ୨ରୁ ଆରମ୍ଭ ହେବାକୁ ଯାଉଛି +୨ ଖାତାଦେଖା । ୬୪ଟି କେନ୍ଦ୍ରରେ ଅଫଲାଇନ୍ ଓ ୩୭ଟି କେନ୍ଦ୍ରରେ ଅନଲାଇନ୍ ମାଧ୍ୟମରେ ଖାତାଦେଖା ହେବ ।
ଖବର ଅନୁଯାୟୀ, ଆସନ୍ତା ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ। ରାଜ୍ୟର ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ କରିବାକୁ ଯୋଜନା କରିଛି ସିଏଚଏସ୍‌ଇ । ଦୁଇଟି ପର୍ଯ୍ୟାୟରେ +୨ ଖାତା ମୂଲ୍ୟାୟନ ହେବ। ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବାକୁ ଥିବା ବେଳେ ଜୁନ୍ ୧୩ରୁ ୨୨ ଯାଏ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୮ ତାରିଖ ଆରମ୍ଭ ମେ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଯୁକ୍ତ ୨ ପରୀକ୍ଷା ।

Comments are closed, but trackbacks and pingbacks are open.