ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ସିରିୟାରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଗୁଳିକାଣ୍ଡ ଘଟିଛି। ଗୋଟିଏ ଛୋଟ ଯାତ୍ରୀବାହୀ ବସ୍ ଉପରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିବାରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମ ସିରିଆର ହୋମ୍ସ ପ୍ରଦେଶସ୍ଥିତ ମାସିଆଫ୍ ସେତୁ ନିକଟରେ ଏହି ବର୍ବର ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ, ମୃତକମାନେ ଏକ ସ୍ଥାନୀୟ କମ୍ପାନିର କର୍ମଚାରୀ। ସେମାନେ ଦିନସାରା କାମ ସାରି ବସ୍ରେ ନିଜ ନିଜ ଘରକୁ ଫେରୁଥିବା ସମୟରେ ବିଚ୍ ରାସ୍ତାରେ ଆକ୍ରମଣର ଶିକାର ହୋଇଥିଲେ। ଗୁଳିକାଣ୍ଡ ପରେ ସ୍ଥାନୀୟ ସୁରକ୍ଷା ବାହିନୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହୋମ୍ସ ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଏହି ଆକ୍ରମଣ ପଛର ମୁଖ୍ୟ କାରଣ କ’ଣ, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।
Comments are closed, but trackbacks and pingbacks are open.