ଓଡ଼ିଶା ଉପକୂଳରେ ‘ତାରା’ର ସଫଳ ପରୀକ୍ଷଣ

6

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଗ୍ଲାଇଡ୍ ୱେପନ୍ ସିଷ୍ଟମ ‘ତାରା’ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଡିଆରଡିଓ ଏବଂ ଭାରତୀୟ ବାୟୁସେନା ଦ୍ୱାରା ମିଳିତ ଭାବେ ଏହି ପରୀକ୍ଷଣ କରାଯାଇଛି । ସୂଚନା ମୁତାବକ, ଗତକାଲି ‘ତାରା’ (ଟାକ୍ଟିକାଲ୍ ଆଡଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍)ର ସଫଳ ପରୀକ୍ଷଣ କରାଯାଇଛି । ଏହା ଦେଶର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ପ୍ରଣାଳୀ । ଏହା ଦୂରରୁ ଶତ୍ରୁର ବଙ୍କର, ରନୱେ ଏବଂ ପ୍ରତିରକ୍ଷା ଭିତ୍ତିଭୂମିକୁ ସଠିକ ଭାବେ ଧ୍ୱଂସ କରିପାରିବ । ସମ୍ପୂର୍ଣ୍ଣ ଭାବେ ଭାରତରେ ବିକଶିତ ହୋଇଥିବାରୁ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଅଧିକ ଶକ୍ତିଶାଳୀ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିପାଇଁ ଡିଆରଡିଓ, ଭାରତୀୟ ବାୟୁସେନା ଏବଂ ସମସ୍ତ ସହଯୋଗୀ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed, but trackbacks and pingbacks are open.