ନୂଆଦିଲ୍ଲୀ: ସାମ୍ପ୍ରତିକ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତ ସମେତ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟି-୨୦ ଦଳ ଘୋଷଣା କରିଛି। ତାରକା ବ୍ୟାଟର ଶ୍ରେୟସ ଆୟରଙ୍କୁ ଏହି ସିରିଜ୍ ଗୁଡ଼ିକ ପାଇଁ ଦଳର ନୂତନ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଘରୋଇ କ୍ରିକେଟ୍ର ନୂଆ ସେନସେସନ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ଥର ପାଇଁ ତିନୋଟି ଯାକ ଦଳରେ ସାମିଲ କରାଯାଇଛି। ଏହି ଗସ୍ତ ପାଇଁ ଘୋଷଣା ହୋଇଥିବା ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ ଏବଂ କୁଲଦୀପ ଯାଦବଙ୍କ ଭଳି ପ୍ରମୁଖ ଖେଳାଳିଙ୍କୁ ବାଦ୍ ଦିଆଯାଇଛି। ଅପରପକ୍ଷରେ, ଚଳିତ ବର୍ଷ ଆଇପିଏଲ୍ (IPL)ରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଖେଳାଳି ପ୍ରିନ୍ସ ଯାଦବଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ସୁଯୋଗ ମିଳିଛି। ଦଳର ଉପ-ଅଧିନାୟକ ଦାୟିତ୍ୱ ତିଲକ ବର୍ମାଙ୍କୁ ସମ୍ଭାଳିବେ।
ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ:
ଶ୍ରେୟସ୍ ଆୟର (ଅଧିନାୟକ), ତିଲକ ବର୍ମା (ଉପ-ଅଧିନାୟକ), ରବି ବିଶ୍ନୋଇ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ସଞ୍ଜୁ ସାମସନ, ଅକ୍ସର ପଟେଲ, ହର୍ଷିତ ରାଣା, ଇଶାନ କିଶାନ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ ଏବଂ ବୈଭବ ସୂର୍ଯ୍ୟବଂଶୀ।
ଆୟର୍ଲାଣ୍ଡ ଯାତ୍ରା ପାଇଁ ଭାରତୀୟ ଦଳ:
ଶ୍ରେୟସ୍ ଆୟର (ଅଧିନାୟକ), ତିଲକ ବର୍ମା (ଉପ-ଅଧିନାୟକ), ରବି ବିଶ୍ନୋଇ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ସଞ୍ଜୁ ସାମସନ, ଅକ୍ସର ପଟେଲ, ହର୍ଷିତ ରାଣା, ଇଶାନ କିଶାନ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ ଏବଂ ବୈଭବ ସୂର୍ଯ୍ୟବଂଶୀ।
ଏସିଆନ୍ ଗେମ୍ସ-୨୦୨୬ ପାଇଁ ଭାରତୀୟ ଦଳ:
ଶ୍ରେୟସ୍ ଆୟର (ଅଧିନାୟକ), ଲକ ବର୍ମା (ଉପ-ଅଧିନାୟକ), ରବି ବିଶ୍ନୋଇ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ଜସପ୍ରିତ ବୁମରା, ସଞ୍ଜୁ ସାମସନ, ଅକ୍ସର ପଟେଲ, ହର୍ଷିତ ରାଣା, ଇଶାନ କିଶାନ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ ଏବଂ ବୈଭବ ସୂର୍ଯ୍ୟବଂଶୀ।
Comments are closed, but trackbacks and pingbacks are open.