ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

24

ସୁବର୍ଣ୍ଣପୁର: ସୋନପୁର ସହରରେ ଜଣେ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକଙ୍କ ନାମ ତରୁଣାନନ୍ଦ ସାହୁ ବୋଲି ଜଣାପଡିଛି। ସେ ତରଭା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଠାରେ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ମିଳିଥିବା ଖବର ଅନୁଯାୟୀ, ସେ ସୋନପୁର ସହରର ଘୋଡ଼ାଘାଟ ପଡ଼ା ସ୍ଥିତ ନିଜ ଘରେ ବେକରେ ରଶି ଲଗାଇ ଫ୍ୟାନରେ ଝୁଲିପଡିଥିଲେ। ପରିବାର ଲୋକଙ୍କ ସୂଚନା ମୁତାବକ, ତରୁଣାନନ୍ଦ ଗତକାଲି ସନ୍ଧ୍ୟାରେ ସହରକୁ ବୁଲିବାକୁ ଯାଇଥିଲେ ଏବଂ ରାତି ପ୍ରାୟ ୯ଟା ସମୟରେ ଘରକୁ ଫେରିଥିଲେ। ସେ କିଛି ଦିନ ହେବ ମାନସିକ ଚାପରେ ଥିବା ପରିବାର ସଦସ୍ୟ କହିଛନ୍ତି । ରାତିରେ ଖାଇସାରିବା ପରେ ସେ ଶୋଇବାକୁ ଯାଇଥିଲେ, କିନ୍ତୁ ବିଳମ୍ବିତ ରାତିରେ ଏପରି ପଦକ୍ଷେପ ନେଇଥିଲେ। ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ରାଜସ୍ୱ ବିଭାଗର କର୍ମଚାରୀ ଓ ଆତ୍ମୀୟସ୍ୱଜନ ତାଙ୍କର ଶେଷ ଦର୍ଶନ ପାଇଁ ରୁଣ୍ଡ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed, but trackbacks and pingbacks are open.