ମହିଳା ଓ୍ୱାସ୍ ରୁମ୍‌ରେ କ୍ୟାମେରା ଲଗେଇଥବା ଜୁନିୟର କ୍ଲର୍କଙ୍କୁ ସସ୍‌ପେଣ୍ଡ କଲେ ଜିଲ୍ଲାପାଳ

14

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା DRDA କାର୍ଯ୍ୟାଳୟରେ ଥିବା ମହିଳା ଓ୍ୱାସ୍‌ ରୁମ୍‌ରେ ହିଡେନ୍‌ କ୍ୟାମେରା ଲଗାଇବା ଘଟଣାରେ ରେଭିନ୍ୟୁ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାକୁ ନିଲମ୍ବନ କଲେ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଗତ ଗୁରୁବାର ଦିନ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଡିଆରଡିଏ ଅଫିସର ଖେଳିଯାଇଥିଲା ଚାଞ୍ଚଲ୍ୟ । ମହିଳା ୱାସ୍‌ ରୁମ୍‌ରେ କିଏ ଲଗାଇଥିଲା ସିକ୍ରେଟ୍ କ୍ୟାମେରା । ଯାହାକୁ ନେଇ ସେହି ସମୟରେ ଅଫିସ୍ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା । ଏପିରିକି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ କ୍ୟାମେରାକୁ ଜବତ କରି ତଦନ୍ତ ପାଇଁ ପଠାଇଥିଲା । ପୋଲିସ ମଧ୍ୟ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଶେଷରେ ସେହି ଅଫିସରେ କାମ କରୁଥିବା ରେଭିନ୍ୟୁ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖା କ୍ୟାମେରା ଲଗାଇଥିବା ଜଣାପଡିଥିଲା । ଗୋଟିଏ ପଟେ ପୋଲିସର ତଦନ୍ତ ଚାଲୁଥିବା ବେଳେ ଅନ୍ୟପଟେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରେଭେନ୍ୟୁ କ୍ଲର୍କ ସଞ୍ଜୟକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।

Comments are closed, but trackbacks and pingbacks are open.