‘ସୂର୍ଯ୍ୟ ନମସ୍କାର’ କରିବା ପାଇଁ ସଠିକ୍ ଉପାୟ,ଲାଭ ଏବଂ ସତର୍କତା

67

ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଉତ୍ସ I ଏହି କାରଣରୁ ପୂର୍ବ କାଳ ର ସାଧୁ ଓ ସନ୍ଥ ମାନେ ସୂର୍ଯ୍ୟଙ୍କୁ ପୂଜା କରୁଥିଲେ I ‘ସୂର୍ଯ୍ୟ ନମସ୍କାର’ ଅର୍ଥ ସୂର୍ଯ୍ୟଙ୍କୁ ପ୍ରଣାମ କରିବା I ଯଦି ଆପଣ ଯୋଗ ଆରମ୍ଭ କରୁଛନ୍ତି, ତେବେ ଏଥିପାଇଁ ‘ସୂର୍ଯ୍ୟ ନମସ୍କାର’ ଅଭ୍ୟାସ ସର୍ବୋତ୍ତମ I ସୂର୍ଯ୍ୟ ନମସ୍କାର ରେ ୧୨ ଟି ମୁଦ୍ରା ଥାଏ I ଏହା ଆପଣଙ୍କୁ ଏକାସାଙ୍ଗରେ ୧୨ ଟି ଯୋଗାନାର ଲାଭ ଦେଇଥାଏ ଏବଂ ସେଥିପାଇଁ ଏହାକୁ ସର୍ବୋତ୍ତମ ଯୋଗସାନା ମଧ୍ୟ କୁହାଯାଏ I ଏହି ଆସନ ଏକା ସହିତ ପ୍ରାଣାୟାମ ଓ ଆସନ ହୋଇଥାଏ I ସୂର୍ଯ୍ୟ ନମସ୍କାରର ୧୨ ଟି ମୁଦ୍ରା ହେଉଛି ଗୋଟିଏ ଗୋଟିଏ ଆସନ I ସୂର୍ଯ୍ୟନମସ୍କାର ଦୈନିକ ଅଭ୍ୟାସ ମନକୁ ସକ୍ରିୟ ଏବଂ ଏକାଗ୍ର କରିଥାଏ I ଏହା ସାଧାରଣତ ସକାଳେ ଖାଲି ପେଟରେ ଅଭ୍ୟାସ କରାଯାଏ I ସକାଳେ ଏକ ଖୋଲା ସ୍ଥାନରେ ଏହାକୁ ପ୍ରତିଦିନ ଅଭ୍ୟାସ କଲେ ଶରୀର ପାଇଁ ସର୍ବୋତ୍ତମ ହୋଇଥାଏ I

ସୂର୍ଯ୍ୟ ନମସ୍କାର କିପରି କରିବେ? (ସଠିକ୍ ଅବସ୍ଥାରେ ସୂର୍ଯ୍ୟ ନମସ୍କାର କିପରି କରିବେ)

ସୂର୍ଯ୍ୟ ନମସ୍କାର ୧୨ ଟି ଯୋଗ ସ୍ଥିତିକୁ ନେଇ ଗଠିତ I ଏଠାରେ ସୂର୍ଯ୍ୟ ନମସ୍କାର ସମ୍ବନ୍ଧୀୟ ଷ୍ଟେପ୍-ଷ୍ଟେପ୍ ଗାଇଡ୍ ଦିଆ ଯାଇଛି ଜଣାନ୍ତୁ I

୧-ପ୍ରଣିପାତ ଆସନ – ପ୍ରାର୍ଥନା ମୁଦ୍ରା ( ମନ୍ତ୍ର ଓଁ ସୂର୍ଯ୍ୟାୟ ନମଃ )
ପ୍ରଥମେ ସକାଳେ ନିଜର ନିତ୍ୟକର୍ମ ସାରି ଏକ ଖୋଲା ସ୍ଥାନରେ ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ଠିଆ ହୁଅନ୍ତୁ I ଏହାପରେ ପାଦକୁ ଏକାଠି ଯୋଡି ଅଣ୍ଟାକୁ ସିଧା ରଖନ୍ତୁ I ବର୍ତ୍ତମାନ ଛାତି ପାଖରେ ଦୁଇ ହାତକୁ ଯୋଡି ପ୍ରଣାମ ମୁଦ୍ରା କରନ୍ତୁ I ଆଖି ବନ୍ଦ କରି ଆଜ୍ଞା ଚକ୍ର ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ I

୨-ହସ୍ତ ଉତ୍ତାନIସନ
ପ୍ରଣାମ ମୁଦ୍ରାରେ ରହି ସୂର୍ଯ୍ୟଙ୍କ ମନ୍ତ୍ର ଉଚ୍ଚାରଣ କରି ସୂର୍ଯ୍ୟଙ୍କୁ ଧ୍ୟାନ କରି ଦୁଇ ହାତ କୁ କାନ ପାଖ ଦେଇ ନମସ୍କାର ମୁଦ୍ରା ସହ ଉପରକୁ ଉଠାଇ ବେକକୁ ଓ ପିଠି କୁ ବଙ୍କା କରି ବେକର ପଛ ଭାଗରେ ଥିବା ‘ବିଶୁଦ୍ଧି ଚକ୍ର’ ଉପରେ ଧ୍ୟାନ ଦେଇ ପ୍ରଣାମ ମୁଦ୍ରା କରନ୍ତୁ I

୩-ପାଦହସ୍ତାସନ
ବର୍ତ୍ତମାନ ଧୀରେ ଧୀରେ ନିଶ୍ୱାସ ଛାଡନ୍ତୁ ଏବଂ କାନ ସହିତ ହାତକୁ ଲଗାଇ ଆଗକୁ ଝୁକନ୍ତୁ I ନିଜ ଦୁଇ ହାତର ଆଙ୍ଗୁଠିକୁ କୁ ନେଇ ଦୁଇ ପାଦର ବୁଢା ଆଙ୍ଗୁଳିକୁ ଛୁଅନ୍ତୁ I ଏହି ସମୟରେ ଆଣ୍ଠୁ ଭାଙ୍ଗିବେ ନାହିଁ I କପାଳ ଆଣ୍ଠୁକୁ ସ୍ପର୍ଶ କରୁଥିବାବେଳେ ନାଭି ପଛରେ ଥିବା ‘ମଣିପୂରକ ଚକ୍ର’ ଉପରେ ଧ୍ୟାନ ଦଦେଇ କିଛି ସମୟ ଶ୍ୱାସ ଛାଡି ରୁହନ୍ତୁ I ଏହି ସମୟରେ ଯଦି ଆପଣଂକ ଅଣ୍ଟା ଏବଂ ମେରୁଦଣ୍ଡ ରେ ଯନ୍ତ୍ରଣା ଥାଏ ତେବେ ଏହି ଆସନ କରିବେ ନାହିଁ I

୪- ଅଶ୍ୱ ସଂଚାଳନ ଆସନ :
ଏହି ଅବସ୍ଥାରେ, ନିଶ୍ୱାସ ନେଇ ପ୍ରଥମେ ବାମ ଗୋଡକୁ ପଛକୁ ନିଅନ୍ତୁ I ଡାହାଣ ଗୋଡ ଭାଙ୍ଗି ଛାତି ପାଖରେ ରହିବ I ହାତ ପାପୁଲି ଦୁଇଟି ଦୁଇ ସାଇଡ ରେ ଷ୍ଟିକ ହୋଇ ରହିବ I ହାତକୁ ଆଗ ପଛ କରିବେ ନାହିଁ I ଛାତି ସହ ମୁଣ୍ଡକୁ ଆଗକୁ ଟାଣି ଉପରକୁ ଉଠାନ୍ତୁ ,ମାନେ ରଖନ୍ତୁ ଆପଣଙ୍କ ନଜର ଯେପରି ଛାତ ରେ ରହିବ I ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ I ଧ୍ୟାନକୁ ‘ସ୍ୱାଧିଷ୍ଠାନ ଚକ୍ର’ କିମ୍ବା ‘ବିଶୁଦ୍ଧି ଚକ୍ର’ କୁ ନେଇ ଯାଆନ୍ତୁ I ଆପଣଙ୍କ ଚେହେରାକୁ ସ୍ୱାଭାବିକ ରଖନ୍ତୁ I

୫- ଦଣ୍ଡାସନ :
ବର୍ତ୍ତମାନ ଧୀରେ ଧୀରେ ନିଶ୍ୱାସ ନେଇ ଡାହାଣ ଗୋଡକୁ ପଛକୁ ନିଅନ୍ତୁ I ଉଭୟ ପାଦର ଗୋଇଠି ପରସ୍ପରକୁ ଯୋଡି ହେବା ଦରକାର I ଆସ୍ତେ ଆସ୍ତେ ଦୁଇ ଗୋଇଠିକୁ ଭୂମି ସହିତ ମିଶାନ୍ତୁ ଏବଂ ଅଂଟା ର ପଛ ଭାଗକୁ ଯେତେ ପାରୁଛନ୍ତି ଉପରକୁ ଉଠାନ୍ତୁ I ବେକକୁ ତଳକୁ ଟାଣନ୍ତୁ ଏବଂ ନାଭି ବା ‘ସହସ୍ରାର ଚକ୍ର’ ଉପରେ ଧ୍ୟାନ ଲଗାନ୍ତୁ I

୬-ଅଷ୍ଟାଙ୍ଗ ପ୍ରଣିପାତ ଆସନ
ଏହି ଆସନ ରେ ଆମର ୮ ଟି ଅଙ୍ଗ ଭୂମିକୁ ସ୍ପର୍ଶ କରିବ I ବର୍ତ୍ତମାନ ଏହି ଆସନ ରେ ନିଶ୍ୱାସ ନେବେ ନାହିଁ କିମ୍ବା ଛାଡ଼ିବେ ନାହିଁ I ନିଜ ଶରୀରକୁ ଭୂମି ଉପରେ ସିଧା ପ୍ରଣାମ କରନ୍ତୁ I ପ୍ରଥମେ ଦୁଇ ଆଣ୍ଠୁ, ଛାତି ଏବଂ କପାଳକୁ ଭୂମିକୁ ସ୍ପର୍ଶ କରାନ୍ତୁ ଦୁଇ ଗୋଡ଼େ ର ଗୋଇଠି ଯୋଡି ହୋଇ କେବଳ ବୁଢା ଆଙ୍ଗୁଳି ଭୂମିରେ ସ୍ପର୍ଶ କରିବ I ପେଟ ସହିତ ନିତମ୍ବ କୁ ସାମାନ୍ୟ ଉପରକୁ ଉଠାନ୍ତୁ I ଧ୍ୟାନକୁ ‘ଅନାହତ ଚକ୍ର’ ଉପରେ କେନ୍ଦ୍ରିତ କରନ୍ତୁ I

୭- ଭୁଜଙ୍ଗାସନ
ବର୍ତ୍ତମାନ ଏହି ସ୍ଥିତିରେ ଧୀରେ ଧୀରେ ଶ୍ୱାସ ନେଇ , ଛାତି ଆଗକୁ ଆଣି ନିଜ ବାହୁକୁ ସିଧା କରି ଭୂମି ଉପରେ ରଖନ୍ତୁ I ବେକକୁ ପଛକୁ ଆଣି ଦୃଷ୍ଟି ଆକାଶ ପଟକୁ ରଖନ୍ତୁ I ଆଣ୍ଠୁ ଏବଂ ପାଦର ଆଙ୍ଗୁଠି କୁ ଭୂମି ରେ ଛୁଇଁ ରଖନ୍ତୁ I ମୂଳାଧାର ଚକ୍ରକୁ ଟାଣି ସେଠାରେ ଧ୍ୟାନ କେନ୍ଦ୍ରିତ କରନ୍ତୁ I

୮- ଅଧୋମୁଖସନ :
ଏହାକୁ ପର୍ବତାସନ ମଧ୍ୟ କୁହାଯାଏ I ଧୀରେ ଧୀରେ ନିଶ୍ୱାସ ନେଇ ,ଦୁଇ ଗୋଡ଼କୁ ପଛକୁ ରଖନ୍ତୁ I ଉଭୟ ପାଦର ଗୋଇଠି ପରସ୍ପରକୁ ସ୍ପର୍ଶ ହେବା ଉଚିତ୍ I ଆଣ୍ଠୁକୁ ସିଧା ରଖି ଶରୀରକୁ ଉପରପାତକୁ ଟାଣନ୍ତୁ ମୁଣ୍ଡ ଏବଂ ଦୁଇ ହାତ ପାପୁଲି ଭୂମି କୁ ସ୍ପର୍ଶ କରିବା ଉଚିତ I ନୀତମ୍ବକୁ ଉପରକୁ ଟାଣି ପର୍ବତ ସଦୃଶ ମୁଦ୍ରା କରନ୍ତୁ I ଧ୍ୟାନ ନାଭି ବା ‘ସହସ୍ରାର ଚକ୍ର ‘ଉପରେ କେନ୍ଦ୍ରିତ କରନ୍ତୁ I

୯- ଅଶ୍ଵସଞ୍ଚାଳନ ଆସନ :
ଏହି ଅବସ୍ଥାରେ, ନିଶ୍ୱାସ ନେଇ ପ୍ରଥମେ ଡାହାଣ ଗୋଡକୁ ପଛକୁ ନିଅନ୍ତୁ I ବାମ ଗୋଡ ଭାଙ୍ଗି ଛାତି ପାଖରେ ରହିବ I ହାତ ପାପୁଲି ଦୁଇଟି ଦୁଇ ସାଇଡ ରେ ଷ୍ଟିକ ହୋଇ ରହିବ I ହାତକୁ ଆଗ ପଛ କରିବେ ନାହିଁ I ଛାତି ସହ ମୁଣ୍ଡକୁ ଆଗକୁ ଟାଣି ଉପରକୁ ଉଠାନ୍ତୁ ,ମାନେ ରଖନ୍ତୁ ଆପଣଙ୍କ ନଜର ଯେପରି ଛାତ ରେ ରହିବ I ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ I ଧ୍ୟାନକୁ ‘ସ୍ୱାଧିଷ୍ଠାନ ଚକ୍ର’ କିମ୍ବା ‘ବିଶୁଦ୍ଧି ଚକ୍ର’ କୁ ନେଇ ଯାଆନ୍ତୁ I ଆପଣଙ୍କ ଚେହେରାକୁ ସ୍ୱାଭାବିକ ରଖନ୍ତୁ I

୧୦-ପାଦହସ୍ତାସନ
ବର୍ତ୍ତମାନ ଧୀରେ ଧୀରେ ନିଶ୍ୱାସ ଛାଡନ୍ତୁ ଏବଂ କାନ ସହିତ ହାତକୁ ଲଗାଇ ଆଗକୁ ଝୁକନ୍ତୁ I ନିଜ ଦୁଇ ହାତର ଆଙ୍ଗୁଠିକୁ କୁ ନେଇ ଦୁଇ ପାଦର ବୁଢା ଆଙ୍ଗୁଳିକୁ ଛୁଅନ୍ତୁ I ଏହି ସମୟରେ ଆଣ୍ଠୁ ଭାଙ୍ଗିବେ ନାହିଁ I କପାଳ ଆଣ୍ଠୁକୁ ସ୍ପର୍ଶ କରୁଥିବାବେଳେ ନାଭି ପଛରେ ଥିବା ‘ମଣିପୂରକ ଚକ୍ର’ ଉପରେ ଧ୍ୟାନ ଦଦେଇ କିଛି ସମୟ ଶ୍ୱାସ ଛାଡି ରୁହନ୍ତୁ I ଏହି ସମୟରେ ଯଦି ଆପଣଂକ ଅଣ୍ଟା ଏବଂ ମେରୁଦଣ୍ଡ ରେ ଯନ୍ତ୍ରଣା ଥାଏ ତେବେ ଏହି ଆସନ କରିବେ ନାହିଁ I

୧୧-ହସ୍ତ ଉତ୍ତାନIସନ
ପ୍ରଣାମ ମୁଦ୍ରାରେ ରହି ସୂର୍ଯ୍ୟଙ୍କୁ ଧ୍ୟାନ କରି ଦୁଇ ହାତ କୁ କାନ ପାଖ ଦେଇ ନମସ୍କାର ମୁଦ୍ରା ସହ ଉପରକୁ ଉଠାଇ ବେକକୁ ଓ ପିଠି କୁ ବଙ୍କା କରି ବେକର ପଛ ଭାଗରେ ଥିବା ‘ବିଶୁଦ୍ଧି ଚକ୍ର’ ଉପରେ ଧ୍ୟାନ ଦେଇ ପ୍ରଣାମ ମୁଦ୍ରା କରନ୍ତୁ I

୧୨ -ପ୍ରଣିପାତ ଆସନ
ସୂର୍ଯ୍ୟନମସ୍କାର ଆରମ୍ଭ କରିବା ବେଳେ ପ୍ରଥମ ପ୍ରଥମ ଆସନ ପରି ପୁନଃ ପ୍ରଣିପାତ ଆସନ କରାଯିବ I ଏହାପରେ ପାଦକୁ ଏକାଠି ଯୋଡି ଅଣ୍ଟାକୁ ସିଧା ରଖନ୍ତୁ I ବର୍ତ୍ତମାନ ଛାତି ପାଖରେ ଦୁଇ ହାତକୁ ଯୋଡି ପ୍ରଣାମ ମୁଦ୍ରା କରନ୍ତୁ I ଆଖି ବନ୍ଦ କରି ଆଜ୍ଞା ଚକ୍ର ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ I

ସୂର୍ଯ୍ୟ ନମସ୍କାରର ଉପରୋକ୍ତ ବାରଟି ମୁଦ୍ରା ଆମ ସମସ୍ତ ଅଙ୍ଗର ବିକାର କୁ ଦୂର କରି ଆମ ଶରୀରକୁ ସୁସ୍ଥ କରିଥାଏ I ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଅତ୍ୟନ୍ତ ଲାଭଦାୟକ ଅଟେ I ଏହାର ଅଭ୍ୟାସକାରୀଙ୍କ ହାତ ଏବଂ ପାଦର ଯନ୍ତ୍ରଣା ଦୂର କରି ମନରେ ସୂର୍ଯ୍ୟଙ୍କର ଅସୀମ ଶକ୍ତି ର ଉର୍ଜା ପାଆନ୍ତି I ଏହା ସହିତ ଏହି ଆସନ ବେକ, ଫୁସଫୁସ ଏବଂ ମାଂସପେଶୀ କୁ ଶକ୍ତିଶାଳୀ କରିଥାଏ I ଏହା ସମସ୍ତ ପ୍ରକାର ପେଟ ରୋଗ ସହିତ ଶରୀରର ଚର୍ବିକୁ ହ୍ରାସ କରି ଶରୀର କୁ ସୁଢଳ କରିଥାଏ I
ଅନ୍ୟପଟେ ସୂର୍ଯ୍ୟ ନମସ୍କାର ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ତ ରୋଗ ଦୂର ହୋଇ ମୁଖମଣ୍ଡଳରେ ସୂର୍ଯ୍ୟଙ୍କ କିରଣ ସଦୃଶ ଚମକ ଆସିଥାଏ I ଏହାବାଦ ହଜମ ପ୍ରକ୍ରିୟା କୁ ମଧ୍ୟ ବଢ଼ାଇଥାଏ I ଏହି ଅଭ୍ୟାସ ମାଧ୍ୟମରେ, ଆମ ଶରୀରର ସମସ୍ତ ଛୋଟ ଏବଂ ବଡ ସ୍ନାୟୁ ସକ୍ରିୟ ହୋଇଯାଏ, ତେଣୁ ଅଳସୁଆମୀ , ଅତ୍ୟଧିକ ନିଦ୍ରା ଇତ୍ୟାଦି ବ୍ୟାଧି ରୁ ମୁକ୍ତି ମିଳିଥାଏ I ଗର୍ଭାଶୟ ଜନିତ (ୟୁ ଟ୍ରାସ ) ଏବଂ ସ୍ଲିପ୍ ଡିସ୍କ ରୋଗୀଙ୍କ ପାଇଁ ସୂର୍ଯ୍ୟ ନମସ୍କାରର ତୃତୀୟ ଏବଂ ପଞ୍ଚମ ମୁଦ୍ରା କରଣୀୟ ନିଷେଧ ଅଟେ I

Comments are closed, but trackbacks and pingbacks are open.