ସୁପ୍ରିମକୋର୍ଟ ଦେଲେ ଝଟକା : ଜେଲ ଯିବେ ତରୁଣ ତେଜପାଲ

21

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ‘ତେହେଲକା’ ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅଗଷ୍ଟ ୪ ତାରିଖରେ ବମ୍ବେ ହାଇକୋର୍ଟ ଏହି ମାମଲାରେ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇବା ସହ ଆତ୍ମସମର୍ପଣ ପାଇଁ ଚାରି ସପ୍ତାହ ସମୟ ଦେଇଥିଲେ। ତେବେ ସୁପ୍ରିମକୋର୍ଟରେ ଆବେଦନ ବିଚାରାଧୀନ ଥିବା ଦର୍ଶାଇ ତେଜପାଲ ଆତ୍ମସମର୍ପଣ ଉପରେ ସ୍ଥଗିତାଦେଶ ପାଇଁ ନିବେଦନ କରିଥିଲେ, ଯାହାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି।

Comments are closed, but trackbacks and pingbacks are open.