ସୁପ୍ରିମକୋର୍ଟ ଦେଶର ସବୁ ହାଇକୋର୍ଟଙ୍କୁ ଆଦେଶ ସଂରକ୍ଷିତ ରଖିବାର ୩ ମାସ ମଧ୍ୟରେ ରାୟ ଘୋଷଣା କରିବାକୁ ଦେଲେ ନିର୍ଦ୍ଦେଶ

15

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ଦେଶର ସବୁ ହାଇକୋର୍ଟଙ୍କୁ ଏକ ନିର୍ଦ୍ଦେଶରେ ଆଦେଶ ସଂରକ୍ଷିତ ରଖିବାର ୩ ମାସ ମଧ୍ୟରେ ରାୟ ଘୋଷଣା କରିବାକୁ କହିଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ପୀଠ କହିଛନ୍ତି ଯେ କୋର୍ଟଙ୍କ ରାୟ ବିଳମ୍ବ ଯୋଗୁ ବାଦୀଙ୍କର ଅପୂରଣୀୟ କ୍ଷତି ହେଉଛି।ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁସାରେ ନିଜର ବିଶେଷ ଶକ୍ତି ଉପଯୋଗ କରି ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ରାୟର ମୁଖ୍ୟ ଅଂଶ (ଅପରେଟିଭ ପାର୍ଟ) ଶୁଣାଯାଏ ତେବେ ରାୟର ପୁରା ବିବରଣୀ (ତର୍କ ସହିତ) ୧୫ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡ କରିଦିଆଯିବା ଆବଶ୍ୟକ।ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ରାୟ ସଂରକ୍ଷିତ ରଖିବାର ୪ ମାସ ମଧ୍ୟରେ ଶୁଣା ନ ଯାଏ ତେବେ ସମ୍ବଦ୍ଧିତ ପକ୍ଷ ହାଇକୋର୍ଟ ପ୍ରଧାନ ବିଚାରପତିଙ୍କୁ ସମ୍ପର୍କ କରିପାରନ୍ତି, ଯାହାଦ୍ୱାରା ମାମଲାକୁ କୌଣସି ଅନ୍ୟ ବେଞ୍ଚକୁ ଦିଆଯାଇ ପାରିବ। ସୁପ୍ରିମକୋର୍ଟ ବିଶେଷ କରି ବ୍ୟକ୍ତିଗତ ସ୍ୱତନ୍ତ୍ରତା ସମ୍ପର୍କିତ ମାମଲାର ଶୁଣାଣି ଦ୍ରୁତ କରିବାକୁ କହିଛନ୍ତି। ସିଜେଆଇ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ପୀଠ କହିଛନ୍ତି ଯେ ଜାମିନ ଆବେଦନ ଉପରେ ସେହି ଦିନ ଶୁଣାଣି ହେବା ଆବଶ୍ୟକ, ଏଥିରେ ଯଦି ବିଚାରପତି ଆଦେଶ ସଂରକ୍ଷିତ ରଖିବାକୁ ଚାହାଁନ୍ତି ତେବେ ଏହାକୁ ତା ପରଦିନ ଶୁଣାଯିବା ସହ ସେହିଦିନ ଅପଲୋଡ କରାଯିବା ଦରକାର। ସୁପ୍ରିମକୋର୍ଟ କହିଛନ୍ତି ଯେ ଜାମିନ ବା ଦଣ୍ଡ ନିଲମ୍ବନ ଶୁଣାଣିର ତୁରନ୍ତ ବାଦ ଜେଲ ଅଧିକାରୀଙ୍କୁ ସୂଚିତ କରାଯିବା ଆବଶ୍ୟକ। ଯେପରି ବିଚାରାଧୀନ ବନ୍ଦୀଙ୍କୁ ସେହିଦିନ ନଚେତ ଅଧିକରୁ ଅଧିକ ତା ପରଦିନ ମୁକ୍ତ କରିଦିଆଯିବା ଦରକାର।

Comments are closed, but trackbacks and pingbacks are open.