ଆର୍‌ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୁନର୍ବାର ହେବ ତଦନ୍ତ : ଶୁଭେନ୍ଦୁ ଅଧିକାରୀ

13

କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ସୂଚନା ଅନୁଯାୟୀ ମୃତ ଡାକ୍ତରଙ୍କ ମା’ ରତ୍ନା ଦେବନାଥ ବର୍ତ୍ତମାନ ବିଜେପି ବିଧାୟିକା ଅଛନ୍ତି l ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଝିଅ ସହିତ ହୋଇଥିବା ଅମାନବୀୟ ଘଟଣାର ପୁନଃ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ସଚିବ ଓ ବିଶେଷଜ୍ଞଙ୍କ ଏକ ଦଳ ସହିତ ବ୍ୟାପକ ଆଲୋଚନା ପରେ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର କମିଶନ ଆଇନ, ୧୯୫୨ ଅନୁଯାୟୀ ନୂତନ ଭାବେ ତଦନ୍ତ କରିବାକୁ ଘୋଷଣା କରିଛନ୍ତି। ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ପୁଲିସ ଏହି ମାମଲାରେ ସଠିକ୍ ଭାବରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିଲା l ଗତ ଅଗଷ୍ଟ ୯, ୨୦୨୪ ରେ ଏହି ଅମାନବୀୟ ଘଟଣା ଘଟିଥିଲା l ପୁନର୍ବାର ତଦନ୍ତ ପରେ ପ୍ରକୃତ ଦୋଷୀ ଏବଂ ସଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରଯାଉଛି l

Comments are closed, but trackbacks and pingbacks are open.