IIRF-୨୦୨୬ ରାଙ୍କିଂ ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ

10

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟସନାଲ ରାଙ୍କିଂ ଫ୍ରେମୱାର୍କ (IIRF)-୨୦୨୬ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। ଏହି ରାଙ୍କିଂ ରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ ସ୍ଥାନ, ଭିମସାର ୬୪ତମ ସ୍ଥାନ ଏବଂ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ୭୪ତମ ସ୍ଥାନ ହାସଲ କରିଛି l ପ୍ରଥମ ଥର ପାଇଁ ଓଡ଼ିଶାର ଏକ ସରକାରୀ ମେଡିକାଲ କଲେଜ ଏହାର ଏମ୍ସ ସମକକ୍ଷ ଏମ୍ସ ଭୁବନେଶ୍ୱରକୁ ପଛରେ ପକାଇ ଏହି ରାଙ୍କିଂରେ ଆଗରେ ରହିଛି । ଏସସିବି ୧୫ତମ ସ୍ଥାନରେ ଥିବାବେଳେ ୧୬ତମ ସ୍ଥାନରେ ଏମ୍ସ, ଭୁବନେଶ୍ୱର ଅଛି | ଏହି ସଫଳତା ପାଇଁ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ସ୍ଥାନ ପାଇଥିବା ମେଡିକାଲ କଲେଜର ସମସ୍ତ ଡାକ୍ତର, ଶିକ୍ଷକ, ଛାତ୍ରଛାତ୍ରୀ, ନର୍ସିଂ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସେ କହିଛନ୍ତି ଯେ ଏହି ରାଙ୍କିଂ ଆମ ପାଇଁ କେବଳ ଏକ ସଫଳତା ନୁହେଁ ବରଂ ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡ଼ିକୁ ଜାତୀୟସ୍ତରରେ ଆହୁରି ଉଚ୍ଚ ସ୍ଥାନକୁ ନେବା ପାଇଁ ଏକ ପ୍ରେରଣା।

Comments are closed, but trackbacks and pingbacks are open.