ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ଆନୁଷ୍ଠାନିକ ଭାବେ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଛନ୍ତି। କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରାତ୍ୟ ବସୁ ଏବଂ ସାଂସଦ କୀର୍ତ୍ତି ଆଜାଦଙ୍କ ଉପସ୍ଥିତିରେ ସେ ଦଳୀୟ ପତାକା ଧରିଛନ୍ତି। ଟିଏମସିରେ ସାମିଲ ହେବା ପରେ ଚନ୍ଦ୍ର ବୋଷ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି। ସେ କହିଛନ୍ତି: ବିଜେପିର ନୀତି ସମ୍ପୂର୍ଣ୍ଣ ସାମ୍ପ୍ରଦାୟିକ ଏବଂ ସମ୍ବିଧାନ ବିରୋଧୀ। ନିର୍ବାଚନ ଜିତିବା ପାଇଁ ବିଜେପି ଧର୍ମକୁ ବ୍ୟବହାର କରି ସମାଜକୁ ବିଭାଜିତ କରୁଛି। ବ୍ରିଟିଶମାନେ ଯେପରି ‘ଭାଗ କର ଓ ଶାସନ କର’ ନୀତି ଆପଣାଇଥିଲେ, ବିଜେପି ସେହିପରି ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଭଳି ଭାବେ ବ୍ରିଟିଶମାନଙ୍କୁ ଭାରତରୁ ବିତାଡ଼ିତ କରାଯାଇଥିଲା, ବର୍ତ୍ତମାନ ବିଜେପିକୁ କ୍ଷମତାରୁ ହଟାଇବାର ସମୟ ଆସିଛି। ସୂଚନାଯୋଗ୍ୟ ଯେ, ଚନ୍ଦ୍ର ବୋଷ ୨୦୨୩ ମସିହାରେ ବିଜେପିରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଟିଏମସିରେ ତାଙ୍କର ଯୋଗଦାନ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂଆ ମୋଡ଼ ଆଣିବ ବୋଲି ଚର୍ଚ୍ଚା ହେଉଛି।
Comments are closed, but trackbacks and pingbacks are open.