୨୦୨୩ ଓ ୨୦୨୪ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ପ୍ରଣୟନ ହେବ ନୂତନ ‘ଚଳଚ୍ଚିତ୍ର ନୀତି’

30

ଭୁବନେଶ୍ବର: ଶୁକ୍ରବାର ଲୋକସେବା ଭବନଠାରେ ୨୦୨୩ ଓ ୨୦୨୪ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଉଭୟ ବର୍ଷ ଲାଗି ମୋଟ ୫୨ଟି ଚଳଚ୍ଚିତ୍ର ଆବେଦନ ହୋଇଥିଲାବେଳେ ୩୫ଟି ସିନେମା ପୁରସ୍କାର ଲାଗି ମନୋନୀତ ହୋଇଥିଲା। ପୁରସ୍କାର ଚୟନ ଲାଗି ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସଙ୍କ ଅଧ୍ଯକ୍ଷତାରେ ଏକ ୭ ଜଣିଆ କମିଟି ଗଠନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଖୁବ୍‌ଶୀଘ୍ର ପ୍ରଣୟନ ହେବ ନୂତନ ‘ଚଳଚ୍ଚିତ୍ର ନୀତି’l ହଲ୍‌ ଗୁଡ଼ିକରେ ଆଗ ଓଡ଼ିଆ ସିନେମା ଚାଲିବ, ତା’ ପରେ ଅନ୍ୟ ସିନେମା । କେହି ଅମାନ୍ୟ କଲେ ଦଣ୍ଡ ବିଧାନ କରାଯିବ । ଏହାସହିତ ବ୍ଲକ ସ୍ତରରେ ସିନେମା ହଲ କରାଯିବ ।ମୁଖ୍ୟମନ୍ତ୍ରୀ ଉଭୟ ପ୍ରଯୋଜକ ଓ ଦର୍ଶକମାନଙ୍କୁ ଓଡ଼ିଆ ସିନେମାର ପୃଷ୍ଠପୋଷକତା ସାଜିବାକୁ ଅନୁରୋଧ କରିଛନ୍ତି ।

Comments are closed, but trackbacks and pingbacks are open.