ଆଜିଠୁ + ୨ ଖାତା ଦେଖା ଆରମ୍ଭ

43

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ଖାତାଦେଖା । ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା । ପ୍ରଥମ ପର୍ଯ୍ୟାୟ ଜୁନ୍‌ ୨ରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଜୁନ୍‌ ୧୩ ତାରିଖରୁୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ କଳା, ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କ ସମସ୍ତ ବିଷୟ ଓ ବିଜ୍ଞାନର ୫ଟି ବିଷୟରେ ଖାତା ଦେଖାହେବ ।

ଦ୍ଵିତୀୟ ପର୍ଯ୍ୟାୟରେ ବିଜ୍ଞାର ଅନ୍ୟ ବିଷୟ ଓ ଧନ୍ଦାମୂଳକର ସମସ୍ତ ବିଷୟର ଖାତା ଦେଖା ହେବ । ଚଳିତବର୍ଷ ବର୍ଷ ଅଫଲାଇନ୍‌ ଓ ଅନଲାଇନ୍‌ ରେ ଖାତା ଦେଖାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଖାତାଦେଖା ପାଇଁ ଅଫଲାଇନ୍‌ରେ ୬୪ ଟି କେନ୍ଦ୍ର ହୋଇଥିବା ବେଳେ ଅନଲାଇନ୍‌ରେ ୩୭ଟି କେନ୍ଦ୍ର ହୋଇଛି । ଆସନ୍ତା ଜୁଲାଇରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ଚଳିତବର୍ଷ ୨ ପ୍ରକାର ପଦ୍ଧତିରେ ମୂଲ୍ୟାୟନ ହେବ । ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ ପରୀକ୍ଷାର ୨୦ ପ୍ରତିଶତ ଓ ଦ୍ଵାଦଶ ପରୀକ୍ଷାର ୮୦ ପ୍ରତିଶତ କୁ ନେଇ ପିଲାଙ୍କ ଖାତା ମୂଲ୍ଯାୟନ କରାଯିବ। ଛାତ୍ରଛାତ୍ରୀ ମାନଙ୍କ ୩ ଟି ଇଣ୍ଟରନାଲ ପରୀକ୍ଷା ଭିତରୁ ସର୍ବାଧିକ ମାର୍କ ପାଇଥିବା ୨ ଟି ପରୀକ୍ଷା କୁ ଗ୍ରହଣ କରାଯିବ। ଚଳିତବର୍ଷ କଳା, ବିଞ୍ଜାନ, ବାଣିଜ୍ଯ ଓ ଧନ୍ଦାମୂଳକ ବିଷୟରେ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଜୁନ ୪ ତାରିଖରେ ସରିବ । ହେଲେ ଏହା ପୂର୍ବରୁ ଜୁନ ୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଥିଲେ। ସେହିପରି ଜୁନ୍ ୪ରେ ଖାତା ଦେଖା ବନ୍ଦ ରହିବ ବୋଲି CHSE ପକ୍ଷରୁ ସୂଚନା ଦିଆଯାଇଛି।

Comments are closed, but trackbacks and pingbacks are open.