ଖାକିରେ କଳଙ୍କ: ବାରିପଦା ଟାଉନ୍‌ ଥାନା SI ଅଟକ

31

ଭୁବନେଶ୍ବର: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟର (SI)ଙ୍କ ବିରୋଧରେ ଜଣେ ମହିଳା ‘ଲଭ୍-ସେକ୍ସ-ଧୋକା’ର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ଟାଉନ୍‌ ଥାନା SI ପ୍ରଭାତ ନାୟକଙ୍କୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ବିବାହର ପ୍ରତିଶ୍ରୁତି ଦେଇ SI ପ୍ରଭାତ ନାୟକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ କେତେକ ବ୍ୟକ୍ତି ନିଜକୁ ସମାଜସେବୀ ଭାବେ ପରିଚୟ ଦେଇ ଉଭୟଙ୍କ ବିବାହ କରାଇଥିବା ମଧ୍ୟ ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ବିବାହ ପରେ ତାଙ୍କୁ ପ୍ରତାରଣା କରାଯାଇଥିବା ନେଇ ମହିଳା ଜଣକ ପ୍ରଥମେ ଥାନା ଏବଂ ପରେ ମୟୂରଭଞ୍ଜ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ପ୍ରାଥମିକ ତଦନ୍ତ ସହ SI ପ୍ରଭାତ ନାୟକଙ୍କୁ ଅଟକ ରଖିଛି। ଏହି ଘଟଣାରେ SIଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମାମଲାର ସତ୍ୟାସତ୍ୟ, ବିବାହର ପରିସ୍ଥିତି ଏବଂ ଅନ୍ୟମାନଙ୍କ ଭୂମିକା ନେଇ ପୋଲିସ ଛାନ୍‌ଭିନ୍ ଜାରି ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ତଦନ୍ତ ପରେ ହିଁ ପ୍ରକୃତ ସତ୍ୟ ପଦାକୁ ଆସିବ।

Comments are closed, but trackbacks and pingbacks are open.