ସାଉଥ୍ କୋଷ୍ଟ ରେଲୱେ ବିବାଦ: ଓଡ଼ିଶାର କୌଣସି କ୍ଷତି ହେବ ନାହିଁ, ସ୍ପଷ୍ଟ କଲା ରେଳ ବିଭାଗ

28

ଭୁବନେଶ୍ୱର: ନୂଆ କରି ଗଠିତ ‘ସାଉଥ୍ କୋଷ୍ଟ ରେଲୱେ’ କୁ ନେଇ ଓଡ଼ିଶାର ସ୍ୱାର୍ଥ ବାଧିତ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ରେଳ ବିଭାଗ। ଓଡ଼ିଶାର କୌଣସି ଅଞ୍ଚଳ ଆନ୍ଧ୍ରପ୍ରଦେଶ ଅଧୀନକୁ ଯାଉନାହିଁ ଏବଂ ଏ ସମ୍ପର୍କିତ ଅନେକ ତଥ୍ୟ ଭ୍ରମାତ୍ମକ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବିଶାଖାପାଟଣା ଡିଭିଜନର ପଲାସାରୁ ଇଛାପୁରମ୍ ପର୍ଯ୍ୟନ୍ତ ୫୩ କିଲୋମିଟର ରୁଟ୍‌ରେ ଥିବା ୭ଟି ଯାକ ଷ୍ଟେସନ (ପଲାସା, ସୁମାଦେବୀ, ମଣ୍ଡାସା ରୋଡ୍, ବାରୁଭା, ସୋମପେଟା, ଝାଡୁପୁଡି ଓ ଇଛାପୁରମ୍) ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ। ତେଣୁ ଏହାଦ୍ୱାରା ଓଡ଼ିଶାର କୌଣସି ଭୌଗୋଳିକ କ୍ଷତି ହେବାର ସମ୍ଭାବନା ନାହିଁ। ପୂର୍ବତଟ ରେଳପଥ ଅଧୀନରେ ଥିବା କୋରାପୁଟ-ସିଙ୍ଗାପୁର ରୋଡ୍, କୋଟାଭଲାସା-କିରାଣ୍ଡୁଲ, କୁନେରୁ-ଥେରୁବାଲି ଏବଂ ଗୁଣୁପୁର-ପାରଳାଖେମୁଣ୍ଡି ସେକ୍ସନର ୬୯୬ କିଲୋମିଟର ଅଞ୍ଚଳ ଏବେ ନୂଆ ରାୟଗଡ଼ା ଡିଭିଜନ ଅଧୀନରେ ରହିବ। ଓଡ଼ିଶାର କ୍ଷତି ହେଉଥିବା ନେଇ କିଛି ମାଧ୍ୟମରେ ପ୍ରଚାରିତ ଖବରକୁ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇଛି ରେଳ ବିଭାଗ। 

Comments are closed, but trackbacks and pingbacks are open.