ସୋଫିଆ ହେବେ କଟକ-ବାରବାଟିର କଂଗ୍ରେସ ପ୍ରାର୍ଥ

96

ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଛି ପ୍ରଚାର । ବାକିଥିବା ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରଚାର । କିନ୍ତୁ ଏଭଳି ମାହୋଲ ଭିତରେ ଓଡ଼ିଶା କଂଗ୍ରେ୦ସ ପଡ଼ିଛି ଚନ୍ତାରେ । ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି । ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି ହେଲେ ନିମ୍ନ ଅଦାଲତଙ୍କ ରାୟ ନେଇ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇନାହାନ୍ତି । ଯଦି ମୋକିମ ନିର୍ବାଚନ ନଲଢ଼ନ୍ତି, ତାହେଲେ ତାଙ୍କ ସ୍ଥାନରେ କିଏ ଲଢ଼ିବେ, ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବାପାଙ୍କ ସ୍ଥାନରେ ଝିଅ ସୋଫିଆ ଫିରଦୌସ ନିର୍ବାଚନୀ ମୈଦାନକୁ ଓହ୍ଲାଇ ପାରନ୍ତି ବୋଲି ଏବେ କୁହାଯାଉଛି ।

ଦଳୀୟ କର୍ମୀଙ୍କ ସହ ବୈଠକରେ ଏନେଇ ସହମତି ମଧ୍ୟ ହୋଇଥିବା କୁଆଡ଼େ କୁହାଯାଉଛି । କଂଗ୍ରେସର ବିଭିନ୍ନ କର୍ମକର୍ତ୍ତା ଓ କର୍ପୋରେଟରଙ୍କ ସହିତ ସୋଫିଆ ଏକାଠି ହେବା ସହିତ ପରିବର୍ତ୍ତିତ ସ୍ଥିତିରେ ତାଙ୍କ ପାଇଁ ସୃଷ୍ଟି ହୋଇଥିବା ଆହ୍ୱାନକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ସୋଫିଆ କହିଛନ୍ତି । କଂଗ୍ରେସ ନେତୃବୃନ୍ଦ ଯଦି ତାଙ୍କ ଉପରେ ଆସ୍ଥା ରଖି ସୁଯୋଗ ଦିଅନ୍ତି ତେବେ ସେ ବାରବାଟୀ-କଟକରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ତାଙ୍କ ବାପା ମହମ୍ମଦ ମୋକିମଙ୍କ ସହିତ ସେ ପୂର୍ବରୁ ନିର୍ବାଚନ ପ୍ରଚାର କରିଛନ୍ତି । ଲୋକଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ରହି ଆସିଛନ୍ତି । ରାଜନୀତି ତାଙ୍କ ପାଇଁ ନୂଆ ନୁହେଁ । ୨୦୧୪ ଓ ୨୦୧୯ ନିର୍ବାଚନରେ ବାପାଙ୍କ ସହ ନିର୍ବାଚନ ପ୍ରଚାରରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ ସୋଫିଆ । ବିଶେଷ କରି ଯୁବ ତଥା ମହିଳା ଭୋଟରମାନଙ୍କୁ ନେଇ ବୈଠକ କରିବାଠାରୁ ଆରମ୍ଭ କରି ମୋକିମଙ୍କ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ସୋଫିଆ ।

ବର୍ତ୍ତମାନ ବାପାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ମେଟ୍ରୋ ଗ୍ରୁପ ନିର୍ଦ୍ଦେଶିକା ଅଛନ୍ତି ଝିଅ ସୋଫିଆ ଫିରଦୋସ । ମଙ୍ଗଳବାର ଓଆରଏଚଡିସି ଦୁର୍ନୀତି ମାମଲାରେ ୩ବର୍ଷ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ସୁ୍ପ୍ରିମକୋର୍ଟ ମନା କରିଦେଇଥିଲେ । ଫଳରେ ଆଉ ନିର୍ବାଚନ ଲଢିପାରିବେ ନାହିଁ ମୋକିମ । ତେଣୁ ତାଙ୍କ ସ୍ଥାନରେ ମୋକିମଙ୍କ ଝିଅଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛନ୍ତି କଟକ-ବାଟବାଟୀର କଂଗ୍ରେସ କର୍ମୀ । ଆଉ ବର୍ତ୍ତମାନ କୁହାଯାଉଛି କୁଆଡ଼େ ସୋଫିଆ ପ୍ରାର୍ଥୀ ହେବାକୁ କେବଳ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କ ନିଷ୍ପତିକୁ କରାଯାଇଛି ଅପେକ୍ଷା ।

Comments are closed, but trackbacks and pingbacks are open.