ମୋଦି ଓ ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

99

ନୂଆଦିଲ୍ଲୀ:  ନିର୍ବାଚନ ପାଇଁ ସାରା ଭାରତ ବର୍ଷରେ ଏବେ ଉଷ୍ଣ ହୋଇଛି ରାଜନୀତି । ଆସନ୍ତାକାଲି ଲୋକସଭା ପାଇଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସର ଷ୍ଟାରନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ଉଭୟ ନେତା ଜାତି,ଧର୍ମ, ସମ୍ପ୍ରଦାୟ ଓ ଭାଷାକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା । ଉଭୟ ଦଳ ପରସ୍ପର ବିରୋଧରେ ଏହି ଅଭିଯୋଗ ସହ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ଉଭୟ ନେତାଙ୍କୁ ଆୟୋଗ ନୋଟିସ ଜାରି କରି ଉତ୍ତର ମାଗିଛନ୍ତି । ଉଭୟ ୨୯ ତାରିଖ ପୂର୍ବାହ୍ନ ୧୧ ଟା ସୁଦ୍ଧା ଆୟୋଗଙ୍କ ନିକଟରେ ଉତ୍ତର ରଖିବାକୁ ଜାରି ନୋଟିସରେ ନିର୍ଦ୍ଦେଶ ରହିଛି ।

Comments are closed, but trackbacks and pingbacks are open.