ମାଛର କେତେକ ସାଧାରଣ ରୋଗ ଓ ତାର ପ୍ରତିକାର

53

କ୍ର .ସଂ. ରୋଗ ଲକ୍ଷଣ ପ୍ରତିକାର
୧. କ୍ଷତ ବା ବସନ୍ତ (ଜୀବାଣୀ ଜନିତ ରୋଗ) ମାଛମାନଙ୍କର ଲାଲରକ୍ତ ବର୍ଣ୍ଣ ଛାପ ଚିହ୍ନ ବିଭିନ୍ନ ସ୍ଥାନରେ ଘା ହେବା ସିଫାକ୍ସ ୧ ଲି. ଏକର / ମିଟର ଜଳଭାଗ ପିଛା ପ୍ରୟୋଗ କରାଯାଏ । ଏହା ପ୍ରତି ତିନି ମାସରେ ଥରେ ବ୍ୟବହାର ହୋଇଥାଏ । ୨୦୦ କେ.ଜି. ଚୂନ ୧ ଏକର / ମିଟର ଜଳଭାଗ ପିଛା ୭ ଦିନ ବ୍ୟବଧାନରେ ୩ ଥର ପ୍ରୟୋଗ ।

୨. ପକ୍ଷ ଓ ଲାଂଜ ପଚା ପ୍ରଥମାବସ୍ଥାରେ ପକ୍ଷ ଧଳା ଗାର ମାନ ଦେଖାଯାଏ କ୍ରମଶଃ ପକ୍ଷ ଓ ଲାଞ୍ଜ ପଚିଯାଇ ନଷ୍ଟ ହୋଇଥାଏ ୧ ଲିଟର ଜଳରେ ୦.୫ ମିଲିଗ୍ରାମ ତୁତିଆ ମିଶାଇ ୨ ମିନିଟ୍ ମାଛକୁ ବୁଡ଼ାଇ ରଖିଲେ ଏହି ରୋଗ ଭଲ ହୁଏ । ଏକ ଏକର ପୋଖରୀରେ ୪ ଲିଟର ଆକ୍ସାନିମ୍ ପ୍ରୟୋଗ ।
୩. ଗାଲିଶି ପଚା କଲମ ନରିସ କେତେକ ଅଂଶରେ ଧଳା ଘା ହୁଏ ମାଛର ଗାଲିଶି ପଟଳରେ ନାଲି ଦାଗ ପରି ଦେଖାଯାଏ । ଗାଲିସି ପଚି ନଷ୍ଟ ହୋଇଯାଏ । ୧ ଲିଟର ଜଳରେ ୦.୫ ମିଲିଗ୍ରାମ ପୋଟାସିୟମ ପରମାଙ୍ଗାନେଟ୍ ପକାଇ ମାଛକୁ ୨ରୁ ୫ ମିନିଟ୍ ଧୀରେଧୀରେ ବୁଡ଼ାଇ ରଖିଲେ ଭଲ ହୋଇଥାଏ । ସଂକ୍ରମଣ ସମୟରେ ସପ୍ତାହ ବ୍ୟବଧାନରେ ପୋଖରୀରେ ଚୂନ ପ୍ରୟୋଗ । ପ୍ରତିଦିନ ଅକ୍ସିଟେଟ୍ରାସାଇକ୍ଲିନ୍ କେ.ଜି. ପ୍ରତି ୭୦-୮୦ ମିଲି.ଗ୍ରା. ହାରରେ ଖାଦ୍ୟରେ ମିଶାଯାଏ ।
୪. ଡ୍ରସି ରୋଗ ମାଛର ପେଟ ଫୁଲିଯାଇ ପାଣି ଭର୍ତ୍ତି ହୋଇଯାଏ । କାତିତଳ କୋଠରୀରେ ମଧ୍ୟ ଜଳ ଜମାଟ ବାନ୍ଧେ । ୧ ଲିଟର ଜଳରେ ୫ ମିଲିଗ୍ରାମ ପଟାସିୟମ୍ ପରମାଙ୍ଗାନେଟ୍ ଦ୍ରବଣ କରି ମାଛକୁ ୫ରୁ ୧୦ ମିନିଟ୍ ବୁଡ଼ାଇ ରଖିବା ।
୫. ଉକୁଣୀ ରୋଗ ମାଛ ଅସ୍ତବ୍ୟସ୍ତ ହୋଇ ପହଁରିବା ଦେହକୁ ପଥର ଇତ୍ୟାଦିରେ ଘସିହେବା । ଦେହରେ ଉକୁଣି ଚାଲିବା ମାଛ ଦୁର୍ବଳ ହେବା ମାଛକୁ ଲୁଣିପାଣି (୩%)ରେ ୁଡ଼ାଇ ରଖିବା ମାଲାଥିନ୍ ଲିଟର ପାଣି ପିଛା ୦.୨୫ ମିଲି.ଗ୍ରା. ୭ ଦିନ ଅନ୍ତରରେ ତିନି ଥର । ଏକ ସପ୍ତାହ ଅନ୍ତରରେ ୩ ଥର ପର୍ଯ୍ୟନ୍ତ ଡେଲଟା ମେଟ୍ରିନ୍ (୧.୨୫%) – ୩୫ ମି.ଲି. / ହେକ୍ଟର / ମିଟର ଜଳରେ ପ୍ରୟୋଗ କରାଯାଏ ।
୬. କୃମିରୋଗ ମାଛ କାତି ଛାଡ଼ିବା ଦେହରୁ ଘସି ହେବା ଲାଞ୍ଜ ଅତ୍ୟଧିକ ଲାଳୁଆ ହେବା ଗାଲି ଓ ଚର୍ମରୁ ଅତ୍ୟଧିକ ଲାଳ ସ୍ରାବ ସହିତ ଗାଲିସି ଧଳା ପଡ଼ିଯିବା । ପରିମିତ ଚଳାୟାତନରେ ୧୦-୧୨ ମି.ଲି. ସାତ ଦିନ ଅନ୍ତରରେ ୩ ଥର ଫର୍ମାଲିନ୍ ମିଶାଇ ମାଛକୁ ୫-୧୦ ମିନିଟ୍ ଯାଏଁ ବୁଡ଼ାଇ ରଖିବ । ଲୁଣ ପାଣି (୫%)ରେ ୫-୧୦ ମିନିଟ୍ ମାଛକୁ ବୁଡ଼ାଇ ରଖିବା ।
ଯେକୌଣସି ଔଷଧ ପ୍ରୟୋଗ ସମୟରେ ମତ୍ସ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ।

Comments are closed, but trackbacks and pingbacks are open.