ସାମାଜିକ କର୍ମୀ ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

45

ନୂଆଦିଲ୍ଲୀ: ପଞ୍ଜାବର ମାନସାରେ ଏକ ଅତ୍ୟନ୍ତ ଆଞ୍ଚଳନିକ ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ନିଶାଦ୍ରବ୍ୟ ବେଆଇନ ବିକ୍ରି ଓ ଅପବ୍ୟବହାର ବିରୋଧରେ ଲଗାତାର ସ୍ୱର ଉଠାଇ ଆସୁଥିବା ଆକ୍ଟିଭିଷ୍ଟ ପରମିନ୍ଦର ସିଂହ ଝୋଟାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ତାଙ୍କ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେବ ପରମିନ୍ଦର ସିଂହ ପଞ୍ଜାବରେ ନିଶା ବିରୋଧୀ ଅଭିଯାନ ଚଳାଇବା ସହ ବେଆଇନ ନିଶା ଔଷଧ ବିକ୍ରି କରୁଥିବା ମେଡିକାଲ ଷ୍ଟୋରଗୁଡ଼ିକର ପର୍ଦ୍ଦାଫାଶ କରୁଥିଲେ। ଘଟଣାଦିନ ସେ ଫେସବୁକ୍ ଲାଇଭ୍‌ କରି ନିଜ ସାଥୀଙ୍କ ସହ ଔଷଧ କିଣିବା ବାହାନାରେ ଏକ ମେଡିକାଲ ଷ୍ଟୋରକୁ ଯାଇଥିଲେ। ସେହି ସମୟରେ ମେଡିକାଲ ଷ୍ଟୋର ମାଲିକ ଅଶ୍ୱିନୀ କୁମାର ତାଙ୍କ ଉପରକୁ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। Police ଘଟଣାର ତଦନ୍ତ ଜାରି ରଖିଛନ୍ତି।

Comments are closed, but trackbacks and pingbacks are open.