ନୂଆଦିଲ୍ଲୀ:ଭାରତୀୟ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା ଭୋଟର ତାଲିକା ସଂଶୋଧନ ପାଇଁ ଲାଗୁ କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ କମିଶନଙ୍କ ଏହି ପଦକ୍ଷେପ କୌଣସି ସାମ୍ବିଧାନିକ ବା ଆଇନଗତ ନିୟମକୁ ଉଲ୍ଲଂଘନ କରୁନାହିଁ। ବିହାରର ଭୋଟର ତାଲିକା ସଂଶୋଧନକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକାଧିକ ଆବେଦନ ଉପରେ କୋର୍ଟ ଏହି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି।ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନର ସିଧାସଳଖ ସମ୍ପର୍କ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ସହ ରହିଛି। ସମ୍ବିଧାନ ଏବଂ ଜନପ୍ରତିନିଧି ଆଇନ ଅଧୀନରେ ନିର୍ବାଚନ କମିଶନଙ୍କ ପାଖରେ ଭୋଟର ତାଲିକା ସଂଶୋଧନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।କୋର୍ଟ ECI ଦ୍ୱାରା ଆପଣାଯାଇଥିବା କାର୍ଯ୍ୟପନ୍ଥାକୁ ସମର୍ଥନ କରି କହିଛନ୍ତି ଯେ ଏହା ଏକ ବୈଧ ଏବଂ ସାମ୍ବିଧାନିକ ଉଦ୍ଦେଶ୍ୟ ଉପରେ ଆଧାରିତ। ସମସ୍ୟାର ଜଟିଳତା, ଅଭିଯାନର ବ୍ୟାପକତା ଏବଂ ଏଥିରେ ଥିବା ସୁରକ୍ଷା ନିୟମକୁ ଦେଖିଲେ, ଏହି ପଦକ୍ଷେପକୁ କଦାପି ଅସଙ୍ଗତ ବା ଅଯୌକ୍ତିକ ବୋଲି କୁହାଯାଇପାରିବ ନାହିଁ।
Comments are closed, but trackbacks and pingbacks are open.