ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣା, ପୋଷ୍ଟମର୍ଟମ ରିପୋର୍ଟ ରେ ଭୟଙ୍କର ତଥ୍ୟ

53

ପଞ୍ଜାବ ର ପ୍ରସିଦ୍ଧ ଗାୟକ ତଥା ଯୁବ କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ ଜନ୍ମ ମାଟି ମୁସା ଠାରେ ଅନ୍ତିମ ସଂସ୍କାର କରାଯାଇଛି । ଏହି ଅବସରରେ ପଞ୍ଜାବ ପୋଲିସ ପ୍ରବଳ ସୁରକ୍ଷା ବ୍ୟବସ୍ଥା କରିଥିଲା। ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାରରେ ତାଙ୍କର ହଜାର ହଜାର ପ୍ରଶଂସକ ତାଙ୍କୁ ଅଶ୍ରୁଳ ଆଖିରେ ବିଦାୟ ଦେଇଥିଲେ। ସିଦ୍ଧୁ ମୁସେୱାଲାର ଶେଷ ଯାତ୍ରା ଏକ ଟ୍ରାକ୍ଟରରେ ନିଆଯାଇଥିଲା | ତାଙ୍କ ପିତାମାତା ତାଙ୍କ ଶରୀର ସହିତ ଟ୍ରାକ୍ଟରରେ ମଧ୍ୟ ଉପସ୍ଥିତ ଥିଲେ। ଶେଷ ଦର୍ଶନ ସମୟରେ ସିଦ୍ଧୁଙ୍କ ପିତାମାତାଙ୍କ ଆଖିରେ ଲୁହ ବନ୍ଦ ହେବାର ନାଁ ନେଉ ନଥିଲା I ଅନ୍ତିମ ସଂସ୍କାର ସମୟରେ ପୁଅ କୁ ଶେଷ ସମ୍ମାନ ଜଣାଇବା ପାଇଁ ମୁସେୱାଲାଙ୍କ ପିତା ତାଙ୍କ ପଗଡି ଉତାରି ଦଇଥିବାର ଦେଖା ଯାଇଥିଲା । କିନ୍ତୁ ଅନ୍ତିମ ସଂସ୍କାର ପୂର୍ବରୁ ସିଦ୍ଧୁ ମୁସେୱାଲା ଙ୍କୁ ତାଙ୍କ ମା’ ଚୁଟି ବାନ୍ଧି ଲାଲ ପଗଡି ପିନ୍ଧାଇଥିଲେ I ସେତେବେଳ ର ଏ ଦୃଶ୍ୟ ଅତ୍ୟନ୍ତ ଭବବିହ୍ଵଳ ଓ ହୃଦୟସ୍ପର୍ଶି ଥିଲା I ଯାଇଥିଲା I

ଏହାପୂର୍ବରୁ ସିଦ୍ଧୁ ମୁସୱାଲାଙ୍କ ପରିବାର ତାଙ୍କ ମୃତଦେହକୁ ମାନସସ୍ଥିତ ସିଭିଲ ହସ୍ପିଟାଲରୁ ଘରକୁ ଆଣିଥିଲେ । ୫ ଜଣିଆ ଡାକ୍ତରଙ୍କ ଏକ ଟିମ୍ ଡାକ୍ତରଖାନାରେ ସିଦ୍ଧୁ ମୁସେୱାଲାଙ୍କ ପୋଷ୍ଟମର୍ଟମ କରିଥିଲେ। ସୂଚନାନୁସାରେ, ପୋଷ୍ଟମର୍ଟମ ସମୟରେ ଏକ ଭୟଙ୍କର ତଥ୍ୟ ସାମ୍ନା କୁ ଆସିଥିଲା I ପୋଷ୍ଟ ମର୍ଟମ ସମୟରେ ମୁସେୱଲାଙ୍କ ଶରୀରରୁ ଦୁଇ ଡର୍ଜନ ଗୁଳିର କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଏହାର ଅର୍ଥ ୨୪ ଟି ଗୁଳି ତାଙ୍କ ଶରୀରକୁ ଭେଦ କରିଯାଇଥିଲା । ଏପରିକି ତାଙ୍କ ପ୍ରଇଭେଟ ପାର୍ଟରେ ମଧ୍ୟ ଗୁଳି ମାଡ ହୋଇଥିବା ଜଣାପଡିଛି । ଏହାସହ ଖପୁରୀରୁ ମଧ୍ୟ ବାହାରିଲା ଗୋଟିଏ ଗୁଳି । ତାଙ୍କ ଉପରେ ମୋଟ ୩୦ ରାଉଣ୍ଡ ଗୁଳି ଫୁଟିଥିଲା । ଯଦିଓ ଏହି ରିପୋର୍ଟ ଏଯାଏଁ ପୋଲିସ ସହ ସେୟାର କରାଯାଇନାହିଁ କିନ୍ତୁ ବିଶେଷ ସୂତ୍ର ମୁତାବକ, ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ବନ୍ଧୁକରୁ ଏହି ଫାୟାରିଙ୍ଗ କରାଯାଇଥିବା ଜଣାପଡିଛି । ସେ ଗାଡିରେ ଯାଉଥିବାବେଳେ ଦୁର୍ବତ୍ତ ତାଙ୍କ ଉପରେ ଅତର୍କିତ ଭାବେ ୩୦ ରାଉଣ୍ଡ ଫାୟାରିଙ୍ଗ କରିଥିଲେ ।

ମୃତ ମୁସେୱାଲାଙ୍କ ପରିବାର ପୋଷ୍ଟମର୍ଟମ ନକରିବାକୁ ଜିଦ୍ କରୁଥିଲେ । ବରଂ ଜଣେ ଦକ୍ଷ ହାଇକୋର୍ଟଙ୍କ ଜଜଙ୍କ ଉପସ୍ଥିତିରେ ଏନଆଇଏ ଓ ସିବିଆଇର ସାହାଯ୍ୟରେ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ ।
ସୂଚନାନୁସାରେ ନିକଟରେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ମୋସୱାଲା କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ଆପ ପ୍ରାର୍ଥୀଙ୍କ ଠାରୁ ୬୫ ହଜାର ଭୋଟ ରେ ପରାସ୍ତ ହୋଇଥିଲେ I ଏହାପରେ ବିବାଦ ର ସୂତ୍ରପାତ ହୋଇଥିଲା I ସେ ନିଜ ଗୀତ ମାଧ୍ୟମ ରେ ଆପ କୁ ଚ୍ୟାଲେଞ୍ଜ କରିଥିଲେ I ତେବେ ହତ୍ୟା ହେବାର ଗୋଟିଏ ଦିନ ପୂର୍ବରୁ ମୁସୱାଲାଙ୍କୁ ଦିଆଯାଇଥିବା ସୁରକ୍ଷା ହଟାଇ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୋସେୱାଲାଙ୍କ ସୁରକ୍ଷା କାହିଁକି ହଟାଗଲା ବୋଲି ଏକ ନୋଟିସ ପଠାଇଛନ୍ତି I

Comments are closed, but trackbacks and pingbacks are open.