ଓଡିଶାରୁ ଉତ୍ପାଦନ ହେଲା ବିଶ୍ୱର ସବୁଠାରୁ ଦାମିକା ମିୟାଜାକି ଆମ୍ବ

46

ମିୟାଜାକି ଆମ୍ବ ଜାପାନର ମିୟାଜାକିରେ ତାଇୟୋ-ନୋ-ଟୋମାଗୋ ଭାବରେ ଜଣାଶୁଣା I ଜାପାନ ରେ ଉତ୍ପାଦିତ ହେଉଥିବା ଏହି ଆମ୍ବଗୁଡ଼ିକ ପାଚିଲାବେଳେ ବାଇଗଣୀ ରଙ୍ଗରୁ ଲାଲ ରଙ୍ଗର ହୋଇଯାଏ ଏବଂ ଆକୃତି ଡାଇନୋସରର ଅଣ୍ଡା ପରି ଦେଖାଯାଏ I ମିୟାଜାକି ଆମ୍ବ ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ମଧ୍ୟରୁ ଗୋଟିଏ ଏବଂ କିଲୋଗ୍ରାମ ପିଛା ୨ .୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି I ଏହାକୁ ଓଡ଼ିଶାର ଜଣେ ଚାଷୀ ବିଶ୍ୱର ସବୁଠାରୁ ଦାମୀ ମିୟାଜାକୀ ଆମ୍ବ ଅର୍ଗାନିକ ଭାବେ ଉତ୍ପାଦନ କରିଛନ୍ତି । ଉକ୍ତ ଚାଷୀଙ୍କ ନାମ ହେଉଛି ଚନ୍ଦ୍ରୁ ସତ୍ୟ ନାରାୟଣ ଯେ କି ବରଗଡ଼ ଜିଲ୍ଲାରେ ନିଲାଥର ଗ୍ରାମରେ ରୁହନ୍ତି । ମିୟାଜାକୀ ହେଉଛି ଏକ ସ୍ୱତନ୍ତ୍ର ଧରଣର ଆମ୍ବ, ଯାହାକୁ କି ବିଶ୍ୱର ସବୁଠାରୁ ମୂଲ୍ୟବାନ ଆମ୍ବ ଭାବେ ଗଣାଯାଏ । ଏହି ଆମ୍ବର ମୂଲ୍ୟ କେଜି ପ୍ରତି ୨.୫ ରୁ ୩ ଲକ୍ଷ ଟଙ୍କା । ସାଧାରଣ ଶିକ୍ଷାରୁ ବଞ୍ଚିତ ୫୦ ବର୍ଷୀୟ ଚାଷୀ ଚନ୍ଦ୍ରୁ ଏହି ଆମ୍ବ ପାଇଁ ପୁରସ୍କୃତ ହୋଇଛନ୍ତି ।

ଏନେଇ ଚନ୍ଦ୍ର କହିଛନ୍ତି, ଏହି ଆମ୍ବକୁ ଉତ୍ପାଦନ କରି ସେ ବହୁତ ଖୁସି ଅନୁଭବ କରୁଛନ୍ତି । ସେ ଏହାକୁ ବାଂଲାଦେଶରୁ ଓଡ଼ିଶାକୁ ଆଣିଥିଲେ । ଏହି ଆମ୍ବ ପାଇଁ ମାର୍କେଟ ସୃଷ୍ଟି କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ବିଶ୍ୱର ଦାମୀ ଆମ୍ବ ଆମ ରାଜ୍ୟରେ ଉତ୍ପାଦନ କରିବା ଆମ ପାଇଁ ଏକ ଗର୍ବର ବିଷୟ ବୋଲି ଆସିଷ୍ଟାଣ୍ଟ ଏଗ୍ରିକଲଚର ଡାଇରେକ୍ଟର ବାସୁଦେବ ପ୍ରଧାନ କହିଛନ୍ତି ।

ସାଧାରଣ ଭାବେ ଭାରତୀୟ ମାନେ ଆମ୍ବ ସହ ଅନ୍ୟାନ୍ୟ ଫଳକୁ ବହୁତ ଭଲ ପାଆନ୍ତି । ଗ୍ରାହକଙ୍କୁ ବିଭିନ୍ନ ଭେରାଇଟର ଫଳ ଯୋଗାଇଦେବା ଉଦ୍ଦେଶ୍ୟରେ କର୍ଣ୍ଣାଟକ ସରକାର ଏକ ମ୍ୟାଙ୍ଗୋ ପେର୍ଟୋଲ ଖୋଲିଛନ୍ତି । ଏହି ୱେବସାଇଟ ଭାରତୀୟ ପୋଷ୍ଟାଲ ବିଭାଗ ସହିତ ବୁଝାମଣା କରିବା ସହ ଗ୍ରାହକଙ୍କୁ ଘରେ ଘରେ ଫଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ଗତ ଦୁଇବର୍ଷ ଧରି ଏହାଦ୍ୱାରା ଗ୍ରାହକ ଓ ଚାଷୀମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି ବୋଲି କହିଛନ୍ତି କେଏସଏମଡିଏମସିଏଲର ମ୍ୟାନେଜିଂ ଡାଇରେକ୍ଟର ସିଜି ନାଗାରାଜୁ । ଏହି ପୋର୍ଟାଲରେ ଆଲଫୋନସୋ, ବାଦାମୀ, ଆପୁଜ, ରସପୁରୀ, ମଲ୍ଲିକା, ହିମାମ ପସନ୍ଦ ଓ କେସାର ଆଦି ବିଭିନ୍ନ ପ୍ରକାରର ଆମ୍ବ ଉପଲବ୍ଧ ହେଉଛି ।

Comments are closed, but trackbacks and pingbacks are open.